ବିଜେପି ତରଫରୁ ରୋଗୀଙ୍କୁ ଫଳ ବଣ୍ଟନ

କୋଦଳା (ଯୁଗାବ୍ଦ ନ୍ୟୁଜ୍) : ମଙ୍ଗଳବାର ଦିନ ଭାରତର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ୬୯ ତମ ଜନ୍ମ ଦିବସ ଅବସରରେ କବିସୂର‌୍ୟ୍ୟନଗର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ତରଫରୁ କୋଦଳା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।ଏବଂ ବେଗୁନିଆପଡା ବ୍ଲକ ସ୍ଥିତ ଧବଳେଶ୍ବର ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ୧୦୮ଦୀପ ଯଜ୍ଞ କରାଯାଇଥିଲା।ଏହି କାର‌୍ୟ୍ୟକ୍ରମ ଚାରିଦିନ ଧରି ଚାଲୁରହିବା ସହ ବିଭିନ୍ନ ଉନ୍ନତି ମୂଳକ କାର‌୍ୟ୍ୟ ମଧ୍ୟ କରାଯିବ ବୋଲି ବିଜେପିର ବିଧାୟକ ପାର୍ଥି ରଞ୍ଜନ ପୋଲାଇ ସୂଚନା ଦେଇଛନ୍ତି। ଏଥିରେ ବିଧାୟକ ପାର୍ଥୀ ରଞ୍ଜନ ପୋଲାଇ, କୋଦଳା ମଣ୍ଡଳ ସଭାପତି ମଧୁସୂଦନ ଜେନା,ଉପ ସଭାପତି ମନୋରଞ୍ଜନ ଜେନା,ସମ୍ପାଦକ ବିଭୁତି ଭୂଷଣ ରଥ,ବରିଷ୍ଠ କାର‌୍ୟ୍ୟକର୍ତା ଦଣ୍ଡପାଣି ପଣ୍ଡା,ପ୍ରହ୍ଲାଦ ସାହୁ,ମନୋଜ ଡାକୁଆ,ମିଟୁ ନାହାକ,ନିରଞ୍ଜନ ସ୍ଵାଇଁ,ମନୋଜ ପୋଲାଇ,ପିଣ୍ଟୁ ସ୍ଵାଇଁ, ଭୋଳା ପାଣ୍ଡି,ଉଜ୍ଜଳା ଦିଦି,ସୁନିତା ସାମନ୍ତ୍ରା, ରଶ୍ମିତା ବାଡ଼ତ୍ୟା, ବନିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଥିରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ