ଛତୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ନାବାର୍ଡ ଓ ବିସ୍ମୟ ଅନୁଷ୍ଠାନର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ସଂୟ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଏକ ଛତୁଚାଷ ଗରିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରାୟ ୪୦ ଜଣ ପ୍ରଶୀକ୍ଷର୍ଥୀ ଯୋଗଦେଇଥିଲେ । ୭ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶରତ ଖୁଣ୍ଟିଆ , ଏମ.ବି.ଏମ ନାବାର୍ଡ ସୁମନ ସୌରଭ ସାହୁ, ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ନାବାର୍ଡ ଏମ.ବି.ଏମ ଏହି କାର୍ଯ୍ୟକ୍ରମରେ କିପରି ଗୋଷ୍ଠୀଗତ ଭାବରେ ଛତୁଚାଷ କରି ଲାଭବାନ ହେବା ସହ ଓ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଅବଗତ ହୋଇପାରିବେ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଶିକ୍ଷକ ମାନସ ରଂଜନ ଜେନା ସଂପୁର୍ଣ୍ଣ ଛତୁ ଚାଷ ସଂପର୍କରେ ସୂଚା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିସ୍ମୟ ଅନୁଷ୍ଠାନର ସଭାପତି ବିମଳ ଶଙ୍କର ପଟ୍ଟନାୟକ ପରିଚାଳନା କରିଥିବାବେଳେ ବିଜୟ ଖୁଣ୍ଟିଆ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ