ଅସହାୟ ଙ୍କୁ ଭେଟିଲେ ଵିଡିଓ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଵିଡିଓ ଵିଜୟ କୁମାର ସାହୁ ଆଜି ମଂଜୁରୀ ରୋଡ ଅଂଚଳର ଦୁଇ ଅସହାୟ ପରିଵାରକୁ ଭେଟିଛନ୍ତି। ନାଆମୀ ପଂଚାୟତ ଶଖୁଂଳା ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଲିପୁନ ର ମୁଣ୍ଡ ର ପଛପଟେ ମାଂସ ଵୃଦ୍ଧି ପାଉଥିବା ବେଳେ ତାର ଏବେ ଅପରେସନ୍ ପାଇଁ ସ୍ବାସ୍ଥ୍ୟ ବିଭାଗ ଵ୍ୟଵସ୍ତା କରିଛି। ଏନେଇ ଵିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରଚାରିତ ହେବାପରେ ଆଜି ଵିଡିଓ ଲିପୁନ କୁ ଭେଟି ତାର ଆଶୁ ଆରୋଗ୍ୟ କାମନା କରିଥିଲେ। ଏହାଛଡା କୃଷ୍ଣ ଚନ୍ଦ୍ରଙ୍କ ରାସନ କାର୍ଡରେ ତାଙ୍କ ପତ୍ନୀ ଓ ପୁଅର ନାମକୁ ଶୀଘ୍ର ଯୋଡିବା ପାଇଁ ଵିଡିଓ ଯୋଗାଣଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସେହିଭଳି ମଂଜୁରୀରୋଡ ସ୍ଥିତ ଵାପ ମା’ ଛେଉଣ୍ଡ ପାଂଚ ଭଉଣୀଙ୍କ ସମେତ ୮୦ଵର୍ଷୀୟ ଵୃଦ୍ଧାଙ୍କୁ ମଧ୍ୟ ବିଡିଓ ସାକ୍ଷାତ କରି ଭଲ ମନ୍ଦ କଥା ପଚାରି ଵୁଝିଥିଲେ । ସ୍ଥାନୀୟ ତହସିଲଦାର ଯଥାଶୀଘ୍ର ଖଣ୍ଡେ ଜାଗା ଯୋଗାଇଦେଲେ ଅସହାୟ ପରିଵାରକୁ ସରକାରୀ ଗୃହ ପ୍ରଦାନ କରାଯିବ ବୋଲି ଵିଡିଓ ସୂଚନା ଦେଇଛନ୍ତି । ବିଡିଓଙ୍କ ସମେତ ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ଅଧିକାରୀ ମୀନକେତନ ବାରିକ, ସୁଧାଂଶୁ ମିଶ୍ର, ଉଦୟନାଥ ଵେଜ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ