ଦକ୍ଷତା ବୃଦ୍ଧି ପାଇଁ ଜାତୀୟ ରେଳ ଯୋଜନା

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ୪୫% ପଣ୍ୟ ପରିବହନ କରିବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି। ଏହା ହାସଲ କରିବା ପାଇଁ, ଜାତୀୟ ରେଳ ଯୋଜନା (ଏନ୍‌ଆରପି) ୨୦୩୦ର ଅଧ୍ୟକ୍ଷ ତଥା ରେଳବାଇ ବୋର୍ଡ ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀଙ୍କ ସହିତ ରେଳବାଇ ଜୋନଗୁଡ଼ିକର ମହାପ୍ରବନ୍ଧକ, ବିଭାଗର ମୁଖ୍ୟ, ଡିଆରଏମ୍ ଓ ଅନ୍ୟ ରେଳ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଏହି ଆଲୋଚନାରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲଟିୟର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସମେତ ପ୍ରମୁଖ ବିଭାଗୀୟ ଓ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ଭର୍ଚୁଆଲ୍ ଆଲୋଚନାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ ଓ ଏନ୍‌ଆରପି ଉପରେ ବିଚାରବିମର୍ଶ କରାଯାଇଛି। ଏହି ଯୋଜନାରେ ସାମର୍ଥ୍ୟ ସୃଷ୍ଟି, ଭିତ୍ତିଭୂମି ବିକାଶ ଓ ଭାରତୀୟ ରେଳବାଇର ବଜାର ଅଂଶର ୪୫% ପ୍ରତିଯୋଗିତାମୂଳକ ପରିବହନ ଧାରାକୁ ବୃଦ୍ଧି କରିବାକୁ ଯୋଜନା ହୋଇଛି। ଏନ୍‌ଆରପି ୨୦୩୦ ସୁଦ୍ଧା କ୍ଷମତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଯାହା ପରବର୍ତ୍ତୀ ଦୁଇ ଦଶନ୍ଧି ତଥା ୨୦୩୦ରୁ ୨୦୫୦ ପର୍ଯ୍ୟନ୍ତ ଚାହିଦା ପୂରଣ କରିବ। ଏନ୍‌ଆରପି ଉପରେ ଉପସ୍ଥାପନାରେ ମୋଡାଲ୍ ମାଲ ପରିବହନ ଅଂଶ ବୃଦ୍ଧି କରାଇବା ପାଇଁ ରଣନୀତି ଉପରେ ଆଲୋଚନା ହୋଇଥିଲା ଏବଂ ଧାର୍ଯ୍ୟ ସମାପ୍ତି ପାଇଁ ଏକ ସମୟସୀମା ସହ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ କରାଯାଇଥିଲା। ଟ୍ରେନଗୁଡ଼ିକର ୧୩୦ କିମି ବେଗ ଏବଂ ପରେ ଗୋଲଡେନ୍ ଚତୁର୍ଭୁଜ ଓ ଗୋଲଡେନ୍ ଡାଇଗୋନାଲ୍ ଉପରେ ୧୬୦ କିମି ବେଗ ଟ୍ରାକ ପାଇଁ ଏନ୍‌ଆରପି ଅନ୍ତର୍ଭୁକ୍ତ କରିବା ସହ ଆରଓବି/ଆରୟୁବି ନିର୍ମାଣ ମାଧ୍ୟମରେ ମାନବ ରହିତ ଲେଭେଲ କ୍ରସିଂକୁ ହଟାଇବା, ଭାରୀ ମାଲ ପରିବହନ କରିବାକୁ ଥିବା ରୁଟରେ ଡିଏଫ୍‌ସି ନିର୍ମାଣ, ଦୋହରୀକରଣ ଓ ୱାର୍ଡ ନବୀକରଣ କାର୍ଯ୍ୟ ସମାପ୍ତ କରିବା, ଉନ୍ନତ ସିଗନାଲ୍ ସିଷ୍ଟମ ସ୍ଥାପନ, ରାସ୍ତା ପାର୍ଶ୍ବରେ ଲମ୍ବା ଲୁପ୍ ବ୍ୟବହାର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରମୁଖ ସେତୁ/ଟନେଲ ନିର୍ମାଣ ଆଦି ନଭେମ୍ବର ସୁଦ୍ଧା ଜାତୀୟ ରେଳ ଯୋଜନା ଚୂଡ଼ାନ୍ତ ହେବ।ତଥ୍ୟ ବିଶ୍ଳେଷଣ ଏବଂ କୃତ୍ରିମ ବୁଦ୍ଧିମତାର ବ୍ୟବହାର ସହିତ ଭାରତୀୟ ରେଳବାଇର ଚାହିଦା ଅନୁଯାୟୀ ଟ୍ରେନ୍ ଚଳାଇବା, ସଠିକ୍ ଚାହିଦା ପୂରଣ ପାଇଁ ପୂର୍ବାନୁମାନ ମାଧ୍ୟମରେ ସେବା ଗୁଣବତ୍ତା ଉନ୍ନତ କରିବା, ଉତ୍କୃଷ୍ଟ ଉତ୍ସ ବ୍ୟବହାର ମାଧ୍ୟମରେ ଖର୍ଚ୍ଚ ନିୟନ୍ତ୍ରଣ, ଭବିଷ୍ୟତର ଭିତ୍ତିଭୂମି ଯୋଜନା, କର୍ମଚାରୀଙ୍କର ଦକ୍ଷତା ବୃଦ୍ଧି କରାଇବା, ଅଭିଯୋଗଗୁଡ଼ିକୁ ହ୍ରାସ କରିବା ଇତ୍ୟାଦି ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଡାଟା ଆନାଲିଟିକ୍ସ ଭାରତୀୟ ରେଳବାଇରେ ଖର୍ଚ୍ଚ ଓ ଦକ୍ଷତାକୁ ଅପ୍ଟିମାଇଜ୍ କରିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ। ଅଧିକାରୀଙ୍କୁ ପରିବର୍ତ୍ତନ ଏଜେଣ୍ଟ ହେବାକୁ ପ୍ରସ୍ତୁତ କରିବା ପାଇଁ ଅନୁସୂଚିତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରତ୍ୟେକ ଜୋନାଲ ରେଳବାଇ ଦ୍ୱାରା ଜଣେ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ(ସିଟିଓ) ମନୋନୀତ ହେବେ ଓ ମଣ୍ଡଳଗୁଡ଼ିକରେ ଡିଭିଜନାଲ ଟେକ୍ନୋଲୋଜି ଅଧିକାରୀ କାର୍ଯ୍ୟ କରିବା ସହ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀଙ୍କୁ ପ୍ରାଥମିକସ୍ତରର କାର୍ଯ୍ୟଧାରା ସମ୍ବନ୍ଧରେ ଆଲୋଚନା କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ