ଖୁଲାସା କଲେ ପାକ୍ ସାଂସଦ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ହେଲେ ଏଥର ଚର୍ଚ୍ଚା ଆସିଛି ପାକିସ୍ତାନରୁ । ଅଭିନନ୍ଦନଙ୍କୁ ନ ଛାଡିଲେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଦେବ-ଏହି ଭୟରେ ଅଭିନନ୍ଦନଙ୍କୁ ଛଡାଯାଇଥିଲା ବୋଲି ପାକିସ୍ତାନ ସଂସଦରେ ପିଏମଏଲଏନ ସାଂସଦ ଆୟାଜ ସାଦିକ କହିଛନ୍ତି ।୨୦୧୯ରେ ପିଓକେରୁ ଅଭିନନ୍ଦନଙ୍କୁ ଗିରଫ କରିଥିଲା ପାକ ସେନା । ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ସାଂସଦଙ୍କୁ ନେଇ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଅଭିନନ୍ଦନଙ୍କୁ ନ ଛାଡିଦେବା ପ୍ରସ୍ତାବ ଦେଇଥିଲେ । ଆଉ କହିଥିଲେ ୱିଙ୍ଗ କମାଣ୍ଡରଙ୍କୁ ମୁକ୍ତନକଲେ ରାତି ସୁଦ୍ଧା ଭାରତ ଆକ୍ରମଣ କରିଦେବ । ଏହାଶୁଣି ପାକିସ୍ତାନ ସେନାଧ୍ୟକ୍ଷ କମର ବାଜୱା ମଧ୍ୟ ଭୟରେ ଥରି ଯାଇଥିଲେ ବୋଲି ସଂସଦରେ କହିଛନ୍ତି ସାଂସଦ ଆୟାଜ ସାଦିକ । ସବୁ ସମୟରେ ଇମ୍ରାନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳ ସମର୍ଥନ ଦେଇ ଆସୁଛନ୍ତି, ହେଲେ ଏଣିକି ଏପରି ହେବ ନାହିଁ ବୋଲି ସାଦିକ ସଂସଦରେ କହିଛନ୍ତି । ଦୀର୍ଘ ୫୬ ଘଣ୍ଟା ଅଭିନନ୍ଦନଙ୍କୁ ନିଜ ମାଟିରେ ବନ୍ଦୀ କରି ରଖିଥିଲା ପାକ୍। କିନ୍ତୁ ଭାରତର ଚାପ ଆଗରେ ମୁଣ୍ଡ ନୁଆଇଁଥିଲେ ପାକ୍ । ମାର୍ଚ୍ଚ ୧ରେ ୱାଘା-ଅଟାରୀ ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ ଛାଡିଥିଲା ପାକିସ୍ତାନ । ୨୭ ଫେବ୍ରୁଆରି ୨୦୧୯ । ସକାଳ ୮ଟା ୪୫ରେ ପଂଜାବରେ ଥିବା ଭାରତୀୟ ବାୟୁସେନାର ରାଡାର କଂଟ୍ରୋଲ ଆଲର୍ଟ କଲା ଯେ ପାକିସ୍ତାନ ଏହାର ବାୟୁସୀମାକୁ ସାଧାରଣ ବିମାନ ଯାତ୍ରା ପାଇଁ ବନ୍ଦ କରିଦେଇଛି । ଏହାରି ଭିତରେ ପାକିସ୍ତାନର ରଫିକି ଓ ସାର୍ଗୋଦା ଏୟାରବେସରୁ ପାକିସ୍ତାନ ଏୟାରଫୋର୍ସର ୨୪ଟି ଲଢୁଆ ବିମାନ ଆକ୍ରମଣ ମୁଦ୍ରାରେ ଭାରତୀୟ ସୀମା ଆଡକୁ ଅଗ୍ରସର ହେଉଥିବା ସୂଚନା ଆସିଲା। ନୌସେରାରେ ଥିବା ବ୍ରିଗେଡ ହେଡକ୍ୱାର୍ଟର ଓ ଜାମ୍ମୁର ନଗରୌଟାରେ ଥିବା ୧୬ କର୍ପ୍ସ ହେଡକ୍ୱାର୍ଟର ଥିଲା ଏହି ବିମାନର ଟାର୍ଗେଟ । ଅଚାନକ ଏମାନେ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲେ । ୮ଟି ବିମାନ ନଗରୌଟା ଆଡକୁ ଅଗ୍ରସର ହେଉଥିବାବେଳେ ଏମାନଙ୍କୁ ପିଛା କରିଥିଲା ଭାରତୀୟ ଲଢୁଆ ବିମାନ ମିରାଜ ୨୦୦୦ । ତେବେ ବିମାନଗୁଡିକୁ  ମାଇକା ମିଜାଇଲ ଜରିଆରେ ଆକ୍ରମଣ କରିଥିଲା ମିରାଜ ୨୦୦୦ । ଜୋରଦାର ଆକ୍ରମଣ ଫଳରେ ଏଗୁଡିକ ବାଟଭାଙ୍ଗି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ