ଏଣିକି ଗୋଟିଏ କ୍ଲିକ୍‌ରେ ରାଜମାର୍ଗଗୁଡ଼ିକର ସ୍ଥିତି ଜାଣିହେବ

ନୂଆଦିଲ୍ଲୀ: ଏଣିକି ଦେଶର ରାଜମାର୍ଗଗୁଡ଼ିକର ସ୍ଥିତି ଗୋଟିଏ କ୍ଲିକ୍‌ରେ ଉପଲବ୍ଧ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ‘ରୋଡ୍ ଆସେଟ୍ ମ୍ୟାନେଜମେଣ୍ଟ ସିଷ୍ଟମ’ ନାମକ ଏକ ସଫ୍ଟୱେୟର ବିକଶିତ କରାଯାଉଛି। ଏହାଦ୍ୱାରା ସମସ୍ତ ରାଜମାର୍ଗଗୁଡ଼ିକୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଅଣାଯିବ ଏବଂ ଅନ୍‌ଲାଇନ୍ ଜରିଆରେ ଯାତ୍ରୀମାନେ ଲମ୍ବା ଯାତ୍ରା ସମୟରେ ଜାତୀୟ ରାଜମାର୍ଗ ଗୁଡ଼ିକର ସ୍ଥିତି, ପର୍ଯ୍ୟଟନ ସ୍ଥଳ, ହୋଟେଲ ଆଦିର ବିବରଣୀ ହାସଲ କରିପାରିବେ । ଏତଦ୍‌ବ୍ୟତୀତ ଏକୀକୃତ ଡାଟା ଉପଲବ୍ଧ ହେବା ଫଳରେ ରାଜମାର୍ଗ ଗୁଡ଼ିକରଉନ୍ନତି ଓ ବିକାଶ ତଥା ବଜେଟ୍‌ର ବ୍ୟବସ୍ଥା ମଧ୍ୟ କରାଯାଇପାରିବ। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଦ୍ୱାରା ଗତ ସପ୍ତାହରେ ଜାତୀୟ ରାଜମାର୍ଗ ବିକାଶ ପ୍ରାଧିକରଣକୁ ରୋଡ଼ ଆସେଟ୍ ମ୍ୟାନେଜମେଣ୍ଟ ସିଷ୍ଟମକୁ ବିକଶିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ