ପଦାର୍ପଣରେ ୪୦୦+ ରନ୍‌ କରିବାରେ ପଡ଼ିକଲ ଦ୍ୱତୀୟ ଅନ୍‌କ୍ୟାପ୍‌ଡ ଭାରତୀୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ୍‌ରେ କିଛି ନୂଆ ପ୍ରତିଭା ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୂର୍ବରୁ ମଧ୍ୟ ଭଲ ପ୍ରଦର୍ଶନ କରିଥିବା ଯଶପ୍ରୀତ ବୁମ୍‌ରା ଓ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଯୁବ ପ୍ରତିଭାମାନେ ଭାରତୀୟ ଦଳର ପ୍ରମୁଖ ଖେଳାଳି ହୋଇପାରିଛନ୍ତି। ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଥିବା ଯୁବ ଭାରତୀୟ ତାରକାଙ୍କ ମଧ୍ୟରେ ଟି ନଟରାଜନ, ରବି ବିଷ୍ଣୋଇ ଓ ରିଆନ ପରାଗ ରହିଛନ୍ତି। ସେହିପରି ଚଳିତ ବର୍ଷ ଆଇପିଏଲ୍‌ ପଦାର୍ପଣ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପଡ଼ିକଲଙ୍କ ମଧ୍ୟ ପ୍ରଦର୍ଶନ ଖୁବ୍‌ ଭଲ ରହିଛି। ସେ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୧୨ ମ୍ୟାଚ୍‌ ଖେଳି ୪୧୭ ରନ୍ କରିଛନ୍ତି। ଏଥିସହ ୨୦ ବର୍ଷୀୟ ପଡ଼ିକଲ ପଦାର୍ପଣ ଆଇପିଏଲ୍‌ ସଂସ୍କରଣରେ ୪୦୦ରୁ ଊର୍ଧ୍ବ ରନ୍‌ କରିବାରେ ଦ୍ବିତୀୟ ଭାରତୀୟ ଅନ୍‌କ୍ୟାପ୍‌ଡ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଅନ୍‌କ୍ୟାପଡ ଖେଳାଳି ଭାବେ ଦିଲ୍ଲୀ କ୍ୟାପିଟାଲ୍ସ (ଡେୟାର‌ଡେଭିଲ୍ସ)ର ଶ୍ରେୟସ ଆୟର ୨୦୧୫ରେ ୪୩୯ ରନ୍ କରିଥିଲେ। ପଦାର୍ପଣରେ ୪୦୦ରୁ ଊର୍ଧ୍ବ ରନ୍‌ ହାସଲ କରିବାରେ ମୋଟ ଉପରେ ପଡ଼ିକଲ ନବମ ଭାରତୀୟ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ