ରଣବୀର ସିଂଙ୍କୁ ଭୁଲିଗଲେ ଦୀପିକା

ବଲିଉଡର ମାଷ୍ଟ ପପୁଲାର କପଲ୍ ହେଉଛନ୍ତି ଦୀପିକା ପାଦ୍ୟୁକାନ୍ ଓ ରଣବୀର ସିଂ । ଦୁହେଁ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ମଧ୍ୟ । ନିକଟରେ ଏକ ଇଭେଣ୍ଟରେ ଯୋଗ ଦେବା ଅବସରରେ ଦୀପିକା ବିବାହିତ ବୋଲି କହିବାକୁ ଭୁଲି ଯାଇଥିଲେ । ମୁଁ ଜଣେ ଅଭିନେତ୍ରୀ, ଭଲ ଭଉଣୀ ଏବଂ ଭଲ ଝିଅ ବାଲି ଦୀପିକା କହିଥିଲେ । ଇଭେଣ୍ଟର ହାଷ୍ଟ୍ ଦୀପିକାଙ୍କୁ ଆପଣ ଜଣେ ସ୍ତ୍ରୀ ନୁହେଁ କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ, ଦୀପିକା ହସିକି କହିଥିଲେ, ଏ ବିଷୟରେ ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି । ତେବେ ଦୀପିକା କହିଥିବା ଏହି ଭିଡିଓଟି ଏବେ ସାସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ବିବାହ ପରେ ଦୀପିକା-ରଣବୀର ଫିଲ୍ମ “୮୩’ରେ ନଜର ଆସିବେ । ମହାନ କ୍ରିକେଟର କପିଳ ଦେବଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ରଣବୀର କପିଳଦେବଙ୍କ ଭୂମିକାରେ ନଜର ଆସିବେ । ତାଙ୍କ ସ୍ତ୍ରୀଙ୍କ ଭୂମିକାରେ ଦୀପିକା ଅଭିନୟ କରୁଛନ୍ତି । ଫିଲ୍ମଟି ୨୦୨୦ରେ ରିଲିଜ୍ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ