ରାବଣ ସାଜିବେ ବାହୁବଳୀ ପ୍ରଭାସ
ମୁମ୍ବାଇ: ଖୁବ ଶୀଘ୍ର ଗୋଟିଏ ସିନେମାରେ ସ୍କ୍ରିନ ସେୟାର କରୁଥିବାର ନଜର ଆସିବେ ବାହୁବଳୀ ପ୍ରଭାସ ଓ ଧୁମ ବୟ ଋତିକ ରାଶନ । ଋତିକ ଦୀପିକା ପାଦୁକନଙ୍କ ଫିଲ୍ମ ରାମାୟଣରେ ପ୍ରଭାସଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶକ ନୀତେଶ ତିୱାରୀ ଏ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ନୀତେଶଙ୍କ ଫିଲ୍ମ ଛିଛୋରେ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିବାବେଳେ ରାମାୟଣକୁ ନେଇ ଉତ୍ସାହିତ ଅଛନ୍ତି ନୀତେଶ ।
ଫିଲ୍ମ ରାମାୟଣରେ ଭଗବାନ ରାମଙ୍କ ଚରିତ୍ରରେ ଋତିକ ନଜର ଆସିବାକୁ ଥିବାବେଳେ ସୀତାଙ୍କ ଚରିତ୍ରରେ ଦୀପିକା ଓ ରାବଣ ଚରିତ୍ରରେ ପ୍ରଭାସ ନଜର ଆସିବେ । ଏଠାରେ ସୂଚନା ଥାଉ କି ଋତିକ ନିକଟରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ “ସୁପର୍-୩୦’ ରେ ନଜର ଆସିଥିଲେ ।
ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହାଇଥିଲା । ସେହିପରି ବାହୁବଳୀ ଫେମ ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ସାହୋ ମଧ୍ୟ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହାଇଥିଲା । ଆସନ୍ତା ଅକ୍ଟୋବର ୨ ତାରିଖରେ ଋତିକଙ୍କ ଫିଲ୍ମ “ୱାର’ ରିଲିଜ ହେବାକୁ ଯାଉଛି ।