ତରଜଙ୍ଗା ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ): ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି|ଏଥିରେ ପଞ୍ଚାୟତ ସଭାପତି ରଂଜିତ ପରିଜା ଙ୍କର ନେତୃତ୍ୱରେ ରାମୀଜିପାଟଣା ଗ୍ରାମରେ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଛି| ଏଥିରେ ପର୍ଯ୍ୟବେକ୍ଷକ ଧିରେନ କୁମାର ଜେନା, ମଧୁସୂଦନ ସାହୁ, ବିଜୟ ସ୍ୱାଇଁ,ଙ୍କତତ୍ଵାବଧାନ ରେ ଅନେକ କଂଗ୍ରେସ କର୍ମୀ କଂଗ୍ରେସ ଛାଡି ବିଜେଡି ଦଳରେ ଯୋଗ ଦେଇଥିଲେ | ସେମାନେ ହେଲେ ରଞ୍ଜନ ସାହୁ, ପ୍ରଦୀପ୍ତ ସାହୁ, ଅରକ୍ଷିତ ସାହୁ, ସୁମନ୍ତ ସାହୁ, ପରୀକ୍ଷିତ ସାହୁ, ବିଶ୍ୱରଂଜନ ସାହୁ, ଅଭିରାମ ସାହୁ, ଚକ୍ରଧର ସାହୁ, ବିଷ୍ଣୁ ପ୍ରସାଦ ମହାପାତ୍ର, ସାରଦା ମହାପାତ୍ର, ବନମାଳୀ ବାରିକ, ପ୍ରଦୀପ୍ତ ବାରିକ, ମଣ୍ଟୁ ସାହୁ ପ୍ରମୁଖ, ସେମାନେ ନବୀନ ସରକାର ଙ୍କ ନୀତି ଆଦର୍ଶ ଓ ତାଙ୍କର ଲୋକାଭିମୁଖୀ ଯୋଜନା ଗୁଡିକ ତାଙ୍କୁ ଅନୁପ୍ରାଣିତ କରିଛି, ସେମାନେ ବିଜେଡି ର ହାତ ମୁଠା କୁ ଟାଣ କରି ବିଜେଡି ସହ ରହିବାକୁ ସଂକଳ୍ପ ନେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ୍ତ କୁମାର ଦାସ, ଜୀବନ ଜୋତି ପରିଜା, ସନାତନ ସାହୁ, ତପନ କୁମାର ସାହୁ, ଶରତ ଚନ୍ଦ୍ର ସାହୁ, ନାରାୟଣ ସାହୁ, ଆଲୋକ ସାହୁ ପ୍ରମୁଖ ଅନେକକର୍ମୀ ଯୋଗଦାନ କରିଥିଲେ |


