ଵାରିକପୁର ଅଂଚଳରୁ ମଦ ଜବତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅଵକାରୀ ଅଧିକ୍ଷକ ଗୌତମ ସାହୁଙ୍କ ତତ୍ଵାବଧାନରେ ଵାରିକପୁର ଅଂଚଳରେ ଆଜି ଚଢାଉ କରାଯାଇଥିଲା । ଚଢାଉ ସମୟରେ ଵାରିକପୁର ଛକ ଠାରୁ ୨୦ଲିଟର ମହୁଲ ମଦ ଜବତ କରାଯାଇଛି । ଏହା ସହିତ ଵେଆଇନ ବିକ୍ରୟ କରୁଥିବା ଅଭିଯୋଗ ରେ ଲିଡର ମୁଣ୍ଡା କୁ ଗିରଫ କରାଯାଇ ୧୮/୨୦ରେ ମାମଲା ରୁଜୁ ହୋଇଛି । ସେହିଭଳି ମଦ ନେଇ ଯାଉଥିବା ସମୟରେ ଭଗବାନପୁର ନିକଟରୁ ରମେଶ ଵେହାରକୁ ମଧ୍ୟ ଅଵକାରୀ ଵିଭାଗ ଗିରଫ କରିଛି । ତା ନିକଟରୁ ୧୦ଲିଟର ମହୁଲି ସହିତ ୫.୪୦୦ଗ୍ରାମ ଵିଦେଶୀ ମଦ ଜବତ ହୋଇଥିବା ବେଳେ ୧୯/୨୦ରେ ମାମଲା ରୁଜୁ ହୋଇଛି । ଆଜି ଭୋର ସମୟରେ ଚଢାଉ ହୋଇଥିବା ବେଳେ ଏଥିରେ ଧାମନଗର ଅଵକାରି ଥାନାଧିକାରୀ ଜଗନ୍ନାଥ ମିଶ୍ର, ସହ ଉପନୀରିକ୍ଷକ ନନ୍ଦ ନାୟକ, ମୁରଲୀ ପ୍ରଧାନ, ସ୍ପନ୍ଦନ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।


