କୁମାର ପୁନେଇ ଜହ୍ନ ଲୋ…..
ଜଗତସିଂହପୁର, (ଅନସୂୟା ରାଉତ): ଆଜି ପୁର ପଲ୍ଲୀରେ କୁମାରୀ ମାନଙ୍କର ପ୍ରିୟ ପର୍ବ କୁମାର ପୂର୍ଣ୍ଣିମା ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ମହାଦେବ ଓ ପାର୍ବତୀ ତନୟ କାର୍ତ୍ତିକେୟଙ୍କୁ ଆଜି କୁମାରୀମାନେ ଭକ୍ତି ସହକାରେ ପୂଜା କରିଛନ୍ତି । କନ୍ଦର୍ପଙ୍କ ପରି କାର୍ତ୍ତିକେୟ ଅତ୍ୟନ୍ତ ସୁନ୍ଦର ଓ ସଦ୍ ଗୁଣ ସମ୍ପନ୍ନ ଅଟନ୍ତି । ଭବିଷ୍ୟତରେ ଏହିପରି ପତି ପାଇବା ପାଇଁ ଆଜିର ପୂଜା ବିଧି । ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ପୂର୍ବ ଦିଗକୁ ମୁହଁକରି ପ୍ରଭୁ କାର୍ତ୍ତିକେୟଙ୍କ ଉଦ୍ଦେଶ୍ୟରେ ନାରିକେଳ, କଦଳୀ ପ୍ରଭୃତି ବିଭିନ୍ନ ରକମର ଫଳ ପୁଷ୍ପ ନିଷ୍ଠା ଓ ଆନ୍ତରିକତାର ସହିତ ଅର୍ପଣ କରନ୍ତି । ଦିନ ଯାକ ସୁଦ୍ଧପୂତ ମନରେ ପ୍ରଭୁ କାର୍ତ୍ତିକେୟଙ୍କୁ ସ୍ମରଣ କରିଥାନ୍ତି । ସଂନ୍ଧ୍ଯାରେ ପୂଜକ ଡକାଇ ବୃନ୍ଦାବତୀ ନିକଟରେ ଯଥାବିଧି ପୂଜାର୍ଚ୍ଚନା କରିଥାନ୍ତି । ପରେ ପରେ ପୂଜା କାର୍ଯ୍ୟ ଶେଷ ହୁଏ । ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହୋଇଛି । ଅନେକ ସ୍ଥାନରେ ମଧ୍ୟ ଏହି ପୂଜା ବୃହତ ଆକାରରେ ପାଳନ କରାଯାଏ କିନ୍ତୁ ଚଳିତ ବର୍ଷ କୋରନା କଟକଣା କୁ ଆଖି ଆଗରେ ରଖି କୁମାରୀ ମାନେ ନିଜ ନିଜ ଘରେ ରହି ଉତ୍ସବ ପାଳନ କରୁଛନ୍ତି |


