ପରିବହନ ଓ ଯୋଜନା ସମନ୍ୱୟ ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଛତ୍ରପୁର: ଗଂଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ପରିବହନ ଓ ଯୋଜନା ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା , ପରିବହନ ଓ ଯୋଜନା ବିଭାଗର ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ପରିବହନର ନୂତନ ସଡକ ନୀୟମକୁ କିପରୀ କଡାକଡି ଭାବେ ପାଳନ କରାଯିବ । ସେ ସଂପର୍କରେ ଆଲୋଚନା କରିଛନ୍ତି । ଜନସାଧାରଣ ଗାଡିର କାଗଜପତ୍ର ଯେପରି ସୁବିଧାରେ ପାଇପାରିବେ ଓ ଦଲାଲ ମାନଙ୍କ ଦ୍ୱାରା ସୋଶିତ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁରେ ଡ୍ରାଇଭିଂଲାଇସେନ୍ସ ଦିଆଯିବ । ଏହି ଆଇନ ସଂପର୍କରେ ତର୍ଜମା ଚାଲିଛି । ଜୋରିମାନା ଅର୍ଥ କେତେ ଆଦାୟ ହେବ । ଆସନ୍ତା ତିନିମାସ ପରେ ରାଜ୍ୟସରକାର ନିଷ୍ପତ୍ତି ଗ୍ରହଣ କରିବେ । ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟ ସରଳୀକରଣ କାରଯିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେପରି ଯୋଜନା ଓ ସମନ୍ନୟ ବିଭାଗର ସମୀକ୍ଷା କରି କହିଛନ୍ତି ଯେ ଜିଲ୍ଲାର ଯୋଜନା କାର୍ଯ୍ୟକାରୀ ସଠିକ୍ ସମୟ ମଧ୍ୟରେ ଶେଷ କରିବା ପାଇଁ ଉଦ୍ୟମ କରନ୍ତୁ । ବିଧାୟକ , ସାଂସଦ ସ୍ୱତନ୍ତ୍ର ଅନୁଦାନ ବିନିଯୋଗ କରି ତୁରନ୍ତ ବିନିଯୋଗ ପତ୍ର ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି । ଡିଷ୍ଟି ମିନରାଲ ଫଣ୍ଡ କୁ ଖଣି ପ୍ରଭାବିତ ଅଂଚଳ , ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ ପାଇଁ ଅର୍ଥକୁ ବିନିଯୋଗ କରିବା ନିମନ୍ତେ ମନ୍ତ୍ରୀ କହିଛନ୍ତି । ଜିଲ୍ଲାର ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଏହି ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଆଞ୍ଚଳିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ୱାଳ, ମୋଟର ଯାନ ନିରୀକ୍ଷକ ସମୀର ଦଳାଇ ଓ ଯୋଜନା ସମନ୍ୱୟ ବିଭାଗ ଉପନିର୍ଦ୍ଦେଶକ ବିଜୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।