ଘୁମୁସର ର ସ୍ୱର ପକ୍ଷରୁ ୯୧ ତମ ପୁର୍ଣିମା ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ସଭା

ବୁଗୁଡା,(ଅନିଲ କୁମାର ମହାରଣା): ନାଇକପଡାର ପ୍ରଚୀନ ଶୈବପୀଠ ଠାରେ ବାଲିପଦରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ, ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ୱର ” ପକ୍ଷରୁ କୁମାର ପୂର୍ଣ୍ଣିମା ଅବସରରେ, ୯୧ତମ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ତଥା ଉଢ୍ରା ଗ୍ରାମପଞ୍ଚାୟତର ସରପଞ୍ଚ ଟୁକୁନା ସାମଲ ଉଦ୍ ଘାଟନ କରିଥିଲେ । ପ୍ରତିଷ୍ଠାନର ସଭାପତି ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କବି ଅନନ୍ତ କର,ବଳରାମ ସ୍ବାଇଁ, ଭାସ୍କର ସାହୁ, ବାଳକୃଷ୍ଣ ପଟ୍ଟନାୟକ, ନଳିନୀ ପ୍ରଭା ଦାସ ଯୋଗଦେଇ ଥିବାବେଳେ କବି ଲୋକନାଥ ନାୟକ,ରସ୍ମିତାସାହୁ, ରବିନାରାୟଣ ଦାଶ, ମୋନାଲିସା ମିଶ୍ର, କାର୍ତ୍ତିକେଶ୍ୱର ପ୍ରଧାନ,ସୁଜାତା ସିଂ,ନେତାଜୀ ବିଷୋୟୀ,ଅଶୋକ କୁମାର ସାହୁ, ରତ୍ନାକର ମହାରଣା,ଏଲ.ସତୀସ ରେଡୀ, ଡ.ଗୁରୁମୂର୍ତ୍ତୀ ନାୟକ, ସନ୍ତୋଷ କୁମାର ସେଠୀ, ଖଲି ପରିଡା,ଏ.ନିଳାଞ୍ଚଳ ପାତ୍ର ପ୍ରମୁଖ କବିତା ପାଠ କରିଥିଲେ । ଏହି ଅବସରରେ ଡ଼.ବି.ପ୍ରକାଶ ଚନ୍ଦ୍ର ପାତ୍ର ଓ ଅଶୋକ କୁମାର ସାହୁଙ୍କ ଚାରିଟି କବିତା ପୁସ୍ତକ ଉନ୍ମୋଚନ ହୋଇଥିଲା । ଅତିଥି ମାନଙ୍କୁ ମାନପତ୍ର ଦେଇ ‘ଘୁମୁସର ର ସ୍ୱର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜି.ରାଜେଶ୍ୱର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଧୃବ ପାଣୀଗ୍ରାହୀ, ଅଭିମନ୍ୟୁ ନାୟକ,ବିଦେଶୀ ସାହୁ, କୃଷ୍ଣ ଚନ୍ଦ୍ର ପାତ୍ର, ସୁଦର୍ଶନ ସାହୁ, ମଙ୍ଗଳୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ