କୁମାର ପୂର୍ଣ୍ଣିମାରେ ଗ୍ରାମବାସୀ ପାଳନ କରୁଛନ୍ତି ନିଆରା ପରମ୍ପରା
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଗୋପ ବ୍ଳକ ମହଲ ପଡା ପଞ୍ଚାୟତର କୋଣାର୍କ ମନ୍ଦିର ନିର୍ମାଣ କିମ୍ବଦନ୍ତୀ ସହ ଜଡିତ ତଥା ଲାଙ୍ଗୁଳା ନରସିଂହ ଦେବଙ୍କ ମନ୍ତ୍ରୀ ଶିବେଇ ସାମନ୍ତରାୟଙ୍କ କଥାକଥିତ ଗ୍ରାମ ଓରେଇରେ ବହୁ ପୁରାଣ ଯୁଗରୁ ଚଳିଆସିଛି ଏକ ନିଆରା ପରମ୍ପରା । ଯାହାକି ପ୍ରତି ବର୍ଷ କୁମାର ପୂର୍ଣ୍ଣିମା ରାତିରେ ଗାଁର ଲୋକ ମାନେ ଏକତ୍ରିତ ହୋଇ ପାଳଭୁତ ଓ ଡାଳ ଭୂତର ରୂପ ନେଇ ଗାଁ ପରିକ୍ରମା କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ଯେତେବେଳେ କୁମାର ପୂର୍ଣ୍ଣିମାରେ ବହୁ ଆଗରୁ ଗାଁର ଯୁବତୀ ରାତିରେ ଏକାଠି ହୋଇ ଖେଳିଥାନ୍ତି | ସେତେବେଳେ ଭୁତ ପ୍ରେତର ଭୟ ପାଇଁ ଡେରି ରାତି ଯାଏ ବାହାରେ ନବୁଲି ଶୀଘ୍ର ଘରକୁ ଆସିଯାଇଥାନ୍ତି | ତେଣୁ ଗାଁର ପ୍ରାପ୍ତ ବୟସ୍କ ବ୍ୟକ୍ତି ମନରୁ ଡର ଛଡ଼ାଇବାକୁ ଏପରି ଏକ ଅଭିନୟ ପ୍ରୟାସ ଆରମ୍ଭ କରିଥିଲେ । ଯାହା ଏବେ ବି ଜାରି ରହିଛି । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପରମ୍ପରା ରକ୍ଷା କରି ଏହି ପ୍ରୟାସ ଜାରି ରଖିଛନ୍ତି ଗାଁର ଲୋକ ମାନେ,ଏହି କାର୍ଯ୍ୟକ୍ରମକୁ ଗ୍ରାମର ସଭାପତି ଗିରୀଶ ସ୍ଵାଇଁଙ୍କ ନେତୃତ୍ୱରେ ଉଲ୍ଲାସ ବିଶ୍ଵାଳ ନିରଞ୍ଜନ ମାଝୀ ରାଜେଶ ବିଶ୍ଵାଳ ସହ ଗ୍ରାମର ସମସ୍ତ ବ୍ୟକ୍ତି ମାନେ ସହଯୋଗ କରିଥିଲେ।


