ବିଗବସ ଘରେ ବୟଫ୍ରେଣ୍ଡଙ୍କୁ ଦ୍ୱିତୀୟ ବିବାହ କରିବେ ରଶ୍ମି ଦେଶାଇ !
ମୁମ୍ବାଇ: ଟେଲି ଦୁନିଆରେ ରଶ୍ମି ଦେଶାଇ ହେଉଛନ୍ତି ଅନ୍ୟତମ୍ ହିଟ୍ ଅଭିନେତ୍ରୀ । ବିଶେଷ କରି “ଉତ୍ତରନ୍’ର ତପସ୍ୟା ଚରିତ୍ରରେ ଅଭିନୟ କରି ସେ ଘରେ ଘରେ ଲୋକପ୍ରିୟ ହୋଇଥିଲେ । ତେବେ ଗତ କିଛି ଦିନ ହେବ ରଶ୍ମିଙ୍କୁ ନେଇ ଚର୍ଚ୍ଚା ହେଉଛି ଯେ ସେ ବିଗ୍ବସ-୧୩ରେ ସାମିଲ ହେବେ । କୁହାଯାଉଛି ଯେ ରଶ୍ମି କୁଆଡ଼େ ଏହି ଶୋ’ରେ ନିଜ ବୟପ୍ରେଣ୍ଡଙ୍କ ସହ ପ୍ରତିଯୋଗୀ ଭାବେ ସାମିଲ ହେବ । କେବଳ ଏଥିକି ନୁହେଁ, ବିଗ୍ବସଘରେ ତାଙ୍କର ବାହାଘର ବି ହୋଇପାରେ । ସୂଚନା ଅନୁଯାୟୀ, ରଶ୍ମି ଟେଲି ଅଭିନେତା ଅରହାନ୍ ଖାନ୍ଙ୍କୁ ଡେଟ୍ କରୁଛନ୍ତି । ଅରହାନ୍ ଜଣେ ମଡେଲ୍ ଓ ଅଭିନେତା ହେବା ସହ ଜଣେ ହୀରା ବ୍ୟବସାୟୀ ମଧ୍ୟ । ଅରହାନ୍ ଓ ରଶ୍ମି ପ୍ରଥମେ ଭଲ ବନ୍ଧୁ ଥିଲେ । ହେଲେ ଏବେ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଛି । ବହୁତ ଦିନ ହେଲାଣି ସେମାନେ ପରସ୍ପରକୁ ଡେଟ୍ କରୁଛନ୍ତି । ଆଉ ଏବେ ସେମାନେ ନିଜ ସମ୍ପର୍କୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ହୋଇଗଲେଣି । ବିଗ୍ବସ -୧୩ରେ ଦୁହେଁ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଖାଲାଖାଲି ଘୋଷଣା କରିବା ସହ ବିବାହ ମଧ୍ୟ କରିବେ ବୋଲି କୁହାଯାଉଛି । ପୂର୍ବରୁ ମଧ୍ୟ କିଛି ଅଭିନେତ୍ରୀ ବିଗବସ୍ ଘରେ ବାହା ହୋଇଛନ୍ତି । ସେମାନଙ୍କ ମଧ୍ୟରେ ମୋନାଲିସା ଓ ସାରା ଖାନ୍ଙ୍କ ନାଁ ରହିଛି । ତେବେ ରଶ୍ମି ଏହି ତାଲିକାରେ ସାମିଲ ହେବେ ନା ନାହିଁ, ତାହା ସମୟ ହିଁ କହିବ । ରଶ୍ମି ପୂର୍ବରୁ ଅଭିନେତା ନନ୍ଦିଶ ସିନ୍ଧୁଙ୍କୁ ବାହା ହୋଇଥିଲେ । ହେଲେ କିଛି ଦିନ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଯାଇଥିଲେ । ଅବଶ୍ୟ ସେମାନେ ପରେ ପୁଣି ଏକାଠି ରହିବାକୁ ଚେଷ୍ଟା କରିଥିଲେ । ତେବେ ତାହା ସମ୍ଭବ ହେଲା ନାହିଁ । ତେଣୁ ସବୁ ଦିନ ପାଇଁ ସେମାନେ ଅଲଗା ହାଇଗଲେ ।


