ଭୟଙ୍କର ହସ୍ପିଟାଲ : ରାତି ହେଲେ ଶୁଣିବାକୁ ମିଳେ ବିକଟାଳ ଶବ୍ଦ
ରୋଗ ହେଲେ ଲୋକେ ହସ୍ପିଟାଲକୁ ଯାଇଥାନ୍ତି ଚିକିତ୍ସା ପାଇଁ । ମାତ୍ର ଏମିତି ଏକ ହସ୍ପିଟାଲ ରହିଛି, ଯେଉଁଠି ରାତି ହେଲେ ବିକଟାଳ ଶବ୍ଦ ଶୁଣିବାକୁ ମିଳିଥାଏ । ଭୂତ-ପ୍ରେତ ଅଛନ୍ତି ବୋଲି ଅଧିକାଂଶ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଏପରି ଅଦ୍ଭୁତ ଘଟଣାସବୁ ଘଟିଥାଏ । ଯାହାର ଉତ୍ତର ବିଜ୍ଞାନ ପାଖରେ ମଧ୍ୟ ନାହିଁ । ହଂକଂସ୍ଥିତ ସାଇ ଇଙ୍ଗ୍ ପୁନ୍ ହସ୍ପିଟାଲରେ ନିଶବ୍ଦ ରାତିରେ ଏପରି ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥାଏ । ଫଳରେ ରୋଗୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ ଭୟଭୀତ ହୋଇପଡ଼ନ୍ତି । ସୂଚନା ଯେ, ୧୯୭୧ ମସିହାରେ ଏଠାରେ ଏକ ମନୋବିଜ୍ଞାନ ହସ୍ପିଟାଲ ନିର୍ମାଣ କରାଯାଇଛି । ରାତି ହେଲେ ଏଠାରୁ ଭୟଙ୍କର ଶବ୍ଦ ଶୁଣିବାକୁ ମିଳେ । ଖାଲି ଏତିକି ନୁହେଁ, ମୁଣ୍ଡ ନ ଥିବା ଶରୀର ଏଣେତେଣେ ଦୌଡୁଥିବାର ମଧ୍ୟ ଦେଖିବାକୁ ମିଳେ । ଯାଞ୍ଚ ପାଇଁ ଅନେକ ବୈଜ୍ଞାନିକ ଏଠାକୁ ଆସିଛନ୍ତି ସତ, ମାତ୍ର ସଠିକ୍ କାରଣ ଆଜି ପର୍ଯ୍ୟନ୍ତ ଖୋଜି ପାଇନାହାନ୍ତି । ଏଠାରେ ନକାରାତ୍ମକ ଶକ୍ତି ବାସ କରୁଥିବା କୁହାଯାଉଛି । ସ୍ଥାନୀୟ ଲୋକେ କୁହନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୈନିକମାନେ ଏହି ଗୃହକୁ ଫାଶୀ ଗୃହ ଭାବେ ବ୍ୟବହାର କରୁଥିଲେ । ଯେଉଁ ସୈନିକମାନଙ୍କ ଆତ୍ମା ଅତୃପ୍ତ ରହିଯାଇଛି ସେମାନେ ଏପରି ହଇରାଣ ହରକତ କରୁଛନ୍ତି ।


