୭୫ ବର୍ଷ ବୟସରେ ଡ୍ରାଇଭିଂ ଲାଇସେନ୍ସ କଲେ ମହିଳା
ଅଷ୍ଟ୍ରେଲିଆର ପିଲବରା ଅଞ୍ଚଳରେ ଥିବା ହେଡଲ୍ୟାଣ୍ଡରେ ରହନ୍ତି ବିନ୍ନି ଶୌମ୍ପି । ବୟସ ୭୫ ବର୍ଷ । ଏହି ବୟସରେ ସେ ଏବେ ଡ୍ରାଇଭିଂ ଲାଇସେନ୍ସ କରି ଆସିଛନ୍ତି ଚର୍ଚ୍ଚାକୁ । ନିକଟରେ ସେ ଡ୍ରାଇଭିଂ ଲାଇସେନ୍ସ କରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ବ୍ଲଡୟୁଡ ଟ୍ରି ଆସୋସିଏଶନ ନାମକ ଏକ ସଂସ୍ଥା ଏ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଅସଲ କଥା ହେଲା ବିନ୍ନି ତାଙ୍କ ବଡ଼ଭଉଣୀଙ୍କୁ ରେଗୁଲାର ହସ୍ପିଟାଲ ଚେକ୍ ପାଇଁ ନେବାକୁ, ମାର୍କେଟ ନେବାକୁ ଅବା ସି ବିଚ୍ ବୁଲାଇ ନେବାକୁ ନିଜେ ଏଇ ଡ୍ରାଇଭିଂ ଲାଇସେନ୍ସ କରିଥିବା କହିଛନ୍ତି । ବିନ୍ନି କେବେ କମ୍ପ୍ୟୁଟର ଚଲାଇ ଜାଣି ନ ଥିବାବେଳେ ସେ କମ୍ପ୍ୟୁଟର ମାଧ୍ୟମରେ ଡ୍ରାଇଭିଂ ଟେଷ୍ଟ ଦେଇ ଏହି ଲାଇସେନ୍ସ ହାସଲ କରିଛନ୍ତି । କାରଣ ସେ କେବେ କାହାକୁ ଲିପ୍ଟ ମାଗନ୍ତିନାହିଁ କିମ୍ବା ଟ୍ୟାକ୍ସି ନେବାକୁ ଭଲପାଆନ୍ତି ନାହିଁ । ସେଥିପାଇଁ ସେ ୭୫ ବର୍ଷ ବୟସରେ ବି ଡ୍ରାଇଭିଂ ଲାଇସେନ୍ସ କରିଥିବା କହିଛନ୍ତି ।


