ଧରାପୃଷ୍ଠରୁ ଵିଦାୟ ନେଲେ ମା’ଲକ୍ଷ୍ମୀ 

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ସମେତ ଅନ୍ୟାନ୍ୟ ସ୍ଥାନରେ ପୂଜା ପାଉଥିବା ମା ଲକ୍ଷ୍ମୀ ଧରାପୃଷ୍ଠରୁ ଵିଦାୟ ନେଇଛନ୍ତି । ଵଣିକ ସଂଘ ପକ୍ଷରୁ କୋଭିଡ ଆଇନ ଅନୁଯାୟୀ ଗତ ତିନି ଦିନ ଧରି ମା ଙ୍କ ପୂଜା ଉତ୍ସବ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଥିଲା।  ପୂଜକ ନନ୍ଦକିଶୋର ତ୍ରିପାଠୀ ଙ୍କ ଦ୍ୱାରା ପ୍ରଥମେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶ ଙ୍କ ପୂଜା ସହିତ ମା’ଲକ୍ଷ୍ମୀ ଙ୍କ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ପରେ ଧୂପଦୀପ ଆଳତୀ, ସପ୍ତ ଅଷ୍ଟୋତ୍ତର ହୋମ, ପୂଣ୍ଣ ଆଳତୀ, ମହାଭାରତ ଭୋଜ୍ୟ, କର୍ମାଗଂ ଶେଷ ସହିତ ସଂକଳ୍ପ କର୍ତା ଅନୀଲ ଶତପଥୀ ଓ ସୁଦେଶ୍ନା ସତପଥୀଙ୍କ ହସ୍ତରେ ଵୈଦିକ ମତେ ଉତ୍ସଵର ପୂଣ୍ଣାହୂତି ଦିଆଯାଇଥିଲା।ଚଳିତ ବର୍ଷ ମା’ଲକ୍ଷ୍ମୀଙ୍କ ପୂଜା ଉତ୍ସବ କୁ ବଣିକ ସଂଘ ସଭାପତି କମଳାକାନ୍ତ ସାମଲ ଙ୍କ ସମେତ ବରିଷ୍ଠ ସଦସ୍ୟ ତଥା ତତ୍ବାବଧାରକ ରାଜେନ୍ଦ୍ର ଶତପଥି, ଚନ୍ଦ୍ରଶେଖର ଦତ, ଶ୍ୟାମସୁନ୍ଦର ଦାସ, ଦେଵାଶିଷ ପଣ୍ଡା, ଦୁର୍ଯ୍ୟୋଧନ ଦାସ, ଅଦୈତ ପରିଡା, ନିଶିକାନ୍ତ ସୂତାର, ଗଣେଶ ସାମଲ, କୁନା ସାହୁ, ଗଣେଶ କୁଅଁର,କାହ୍ନୁ ବାରିକ,ଧିରେନ୍ଦ୍ର ନାୟକ, କାଶିନାଥ ପରିଡା, ସୁଧାକର ଵେହେରା, ଅଜୟ ଖିଲାର, କାଳନ୍ଦୀ ପରିଡା ପ୍ରମୁଖ ପରିଚାଳନା କରିଥିଲେ।ଅନୁରୂପ ଭାବେ କହରାପୋଖରୀ ସମେତ ଭଣ୍ଡାରିପୋଖରୀ ବଜାର ଠାରେ ନିରାଡମ୍ବର ଭାବେ ଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଶେଷ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ