କୋଭିଡ ଯୋଦ୍ଧା ଡ଼ଃ ପ୍ରଶାନ୍ତ ସବୁଦିନ ପାଇଁ ଶାନ୍ତ ପଡ଼ିଗଲେ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ପ୍ରଶାନ୍ତ ଦାସ କରୋନା ଭୂତାଣୁରେ ସଂକ୍ରମଣ ହୋଇ ସଦଗୁରୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦେହାନ୍ତ ହୋଇଯାଇଛି । ପ୍ରଥମେ ସେ ପ୍ରତିରକ୍ଷା ବିଭାଗରେ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ । ପରେ ୮ ବର୍ଷ ହେଲା ବାରିପଦା ଜିଲ୍ଲା ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ରକ୍ତ ଭଣ୍ଡାର ଦାୟିତ୍ଵ ନେଇ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କରିବା ସହ ବହୁ ଅମୂଲ୍ୟ ଜୀବନ ରକ୍ଷାର ସହାୟକ ହୋଇଥିଲେ । ହେଲେ ସେ ଆଜି ସବୁଦିନ ପାଇଁ ନିର୍ବିଶେଷରେ ଗଲେ । ସେ ଜଣେ ଅମାୟିକ,ଶାନ୍ତ,ମେଳାପି ଓ ପରୋପକାରୀ ଥିଲେ । ତାଙ୍କ ମୃତ୍ୟୁରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ