ଘରବାଡି ଥାଇ ଭୂମିହୀନ ପଟ୍ଟା ମିଳିବା ଅଭିଯୋଗ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସା ଗ୍ରାମରେ ଜନୈକ ମହିଳାଙ୍କର ଘରବାଡି ଥିବା ବେଳେ ତାଙ୍କୁ ଭୂମିହୀନ ପଟ୍ଟା ମିଳିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଉକ୍ତ ଗ୍ରାମର ଜନୈକ ମହିଳାଙ୍କୁ ଭୂମିହୀନ ହିସାବରେ ପଳସା ମୌଜାର ଖାତା ନଂ-୨୪୬/୧୨୧ ଓ ପ୍ଲଟ ନଂ- ୮୦୮/୧୦୯୫ରେ ଭିତ୍ତିରେ ଭୂମିହୀନ ଲିଜ୍ ପଟ୍ଟା ପ୍ରଦାନ କରାଯାଇଛି । ତାଙ୍କ ଶ୍ୱଶୁରଙ୍କ ନାମରେ ଅନେକ ସଂପତ୍ତି ଥିବା ବେଳେ ତାଙ୍କୁ କିପରି ଭୂମିହୀନ ପଟ୍ଟା ପ୍ରଦାନ କରାଗଲା ସେନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏନେଇ ଗ୍ରାମର ରେବତୀ ସାହୁ, କାଳନ୍ଦି ସାହୁ, ମନୋରମା ଦାସ, ବିଦ୍ୟାଧର ଜେନା, କେଳୁ ଦାସ, ଗୟାଧର ରଣା ପ୍ରମୁଖ ଜିଲାପାଳ, ଉପଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।


