ନବ ଜୀବନ ବେଦ ବିଦ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ବ୍ରହ୍ମପୁରସ୍ଥିତ ନବଜୀବନ ଆଶ୍ରମ ପରିସରରେ ଥିବା ନବ ଜୀବନ ବେଦ ବିଦ୍ୟାଳୟରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗୁରୁବାର ସକାଳ ୯ଟା୪୫ମିନଟରେ ଶ୍ରୀକୃଷ୍ଣ ଚୈତନ୍ୟ ମିଶନର କେନ୍ଦ୍ରୀୟ ସଭାପତି ଶ୍ରୀଯୁକ୍ତ ତ୍ରିଦଣ୍ଡି ସ୍ୱାମୀ ଭକ୍ତି ବିଚାର ବିଷ୍ଣୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀଜି ଆଶ୍ରମରେ ଥିବା ସମସ୍ତ ଅନାଥ ଶିଶୁ ତଥା ବେଦ ବିଦ୍ୟାର୍ଥୀଙ୍କୁ ସମ୍ବୋଧିତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ବିଶ୍ୱରେ ନାଁ ରଖିବାକୁ ଉପଦେଶ ଦେଇଥିଲେ । ବିଶ୍ୱ କଲ୍ୟାଣ ନିମନ୍ତେ ଏକ ହୋମ ଯଜ୍ଞ ଆୟୋଜନ କରାଯିବା ସହ ଆଶ୍ରମରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କୁ ଉଚ୍ଚ କୋଟୀର ପ୍ରଶଂସା କରିଥିଲେ ।