ବିକାଶ କ୍ଷେତ୍ରରେ ସହଯୋଗ କାମନା କଲେ ବିଧାୟକ ପ୍ରତିନିଧି

ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ଓ ଭଣ୍ଡାରିପୋଖରୀ ଦୁଇଟି ବ୍ଲକର ବିଧାୟକ ପ୍ରତିନିଧି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସୁପୁତ୍ର ଇଂ.ପ୍ରୟାସକାନ୍ତି ସାମଲ ୨୫ ତାରିଖରେ ଦାୟୀତ୍ୱ ନେବା ପରେ ଏବେ ଆକ୍ସନ ମୁଡ୍କୁ ଆସିଛନ୍ତି । ତୃଣମୂଳ ସ୍ତରରୁ କିପରି ଦଳର ସଂଗଠନକୁ ସୁଦୃଢ କରାଯିବ ଏବଂ ସରକାରୀ ଯୋଜନାର କିପରି ସୁଫଳ ଲୋକ ମାନଙ୍କ ନିକଟରେ ସଠିକ୍ ଭାବେ ପହଞ୍ôଚ ପାରିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ଅପରପକ୍ଷେ ପ୍ରୟାସକାନ୍ତିଙ୍କ ଦାୟୀତ୍ୱ ଗ୍ରହଣ ପରେ ଦୁଇଟି ବ୍ଲକରେ କର୍ମୀ ମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏପରିକି ବହୁ କର୍ମୀ ସିଧାସଳଖ ଭାବେ ବିଧାୟକ ପ୍ରତିନିଧିଙ୍କୁ ସାକ୍ଷାତ କରି ନିଜର ସମସ୍ୟା ସଂପର୍କରେ ଅବଗତ କରିଛନ୍ତି । ଇତିମଧ୍ୟରେ ବନ୍ତ ବ୍ଲକର ଆଗରପଡା ଠାରେ ବିଧାୟକ ପ୍ରତିନିଧିଙ୍କୁ ଶତାଧିକ କର୍ମୀ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ବିଧାୟକ ପ୍ରତିନିଧି ବନ୍ତ ବ୍ଲକର ବିକାଶ କ୍ଷେତ୍ରରେ ସାମୁହିକ ସହଯୋଗ କାମନା କରିଛନ୍ତି । ଏନେଇ ସେ ବନ୍ତ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ଦେଇଛନ୍ତି । ପ୍ରତି ପଞ୍ଚାୟତରେ ଲୋକ ମାନଙ୍କର ସମସ୍ୟା ବୁଝିବା ନେଇ ପ୍ରତିନିଧିଙ୍କୁ ଦାୟୀତ୍ୱ ଦିଆଯିବା ସହ ସାଂସଦ ଏବଂ ବିଧାୟକ ପାଣ୍ଠିର ସଦୁପଯୋଗ କିପରି ହୋଇ ପାରିବ ସେ ନେଇ ପଞ୍ଚାୟତ ସ୍ତରରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ସମଗ୍ର ବ୍ଲକର ବିକାଶ କ୍ଷେତ୍ରରେ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ବିଶେଷ କରି ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଥିଲେ । ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯିବା ସହିତ ତ୍ୱରିତ ରୋଗୀ ସେବା ନିମନ୍ତେ ସାଂସଦ କିମ୍ବା ବିଧାୟକ ପାଣ୍ଠିରୁ ଆମ୍ବୁଲାନ୍ସର ବ୍ୟବସ୍ଥା ଖୁବ୍ ଶିଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସରକାରୀ ଯୋଜନା କ୍ଷେତ୍ରରେ ପ୍ରକୃତ ହିିତାଧିକାରୀଙ୍କୁ ପ୍ରଧାନ୍ୟ ଦିଆଯିବ ବୋଲି କହିଥିଲେ । ଯେକୌଣସି ଲୋକ କୌଣସି ସମସ୍ୟା ସଂପର୍କରେ ସିଧାସଳଖ ତାଙ୍କୁ ଭେଟି ଅଭିଯୋଗ କରିପାରବେ ବୋଲି କହିଥିଲେ । ଭଦ୍ରକ ଠାରେ ଅନୁଷ୍ଠିତ ଏହି ସାକ୍ଷାତକାର ବୈଠକରେ ବନ୍ତ ଖବରଦାତା ସଂଘର ସଭାପତି ପତଞ୍ଜଳୀ କରଶର୍ମାଙ୍କ ସମେତ ଦୀଲିପ କୁମାର ଖୁଣ୍ଟିଆ, ଉମେଶ ପ୍ରସାଦ କର, ହରି ନାରାୟଣ ମହାନ୍ତି, ସଂଗ୍ରାମ କେଶରୀ ଜେନା, ଜ୍ଞାନଦା ପ୍ରସାଦ କରଶର୍ମା, ସନାତନ ରାଉତ, ରମେଶ ଚନ୍ଦ୍ର ପତି, ମାର୍କଣ୍ଡ ଧଡା, ମାର୍କଣ୍ଡ ବେହେରା, ଅସିତ୍ କୁମାର ଓଝା, ରବିନ୍ଦ୍ର ଓଝା, ପ୍ରଫୁଲ୍ଲ କୁମାର ଦାଶ, ରମେଶ ମଲ୍ଲିକ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ