ଟ୍ରାକ୍ଟର ହାଇଡ୍ରୋଲିକ ରେ ମୁଣ୍ଡ ରଖି ଯୁବକଙ୍କ ଆତ୍ମହତ୍ୟା 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ପାଟପୁର ଥାନା ପଟିଗୁଡା ପଞ୍ଚାୟତ ଢ଼ୋଳବ ଗ୍ରାମରୁ ଟ୍ରାକ୍ଟର ହାଇଡ୍ରୋଲିକ ଡାଲା ତଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି l ମୃତକ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରୀ ଗ୍ରାମର ନାରାୟଣ ପ୍ରଧାନ(୨୩) l ଏନେଇ ପାଟପୁର ପୋଲିସ ଏକ ଅପମୃତ ମାମଲା ନଂ ୨୩/୨୦ ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି  l ପ୍ରକାଶ ଯେ ନାରାୟଣ ପ୍ରଧାନ ତାଙ୍କ ଅଜା ଘର ଗାଁ ପାଟପୁର ଥାନା ଢ଼ୋଳବ ଗ୍ରାମରେ ରହି ଅଲେଖ ନାୟକଙ୍କ ଟ୍ରାକ୍ଟର ଗାଡିର ଡ୍ରାଇଭର ଭାବେ କାଯ୍ୟ କରୁଥିଲେ l ସୋମବାର ଦିନ ୧୧ ଟାରୁ ଟ୍ରାକ୍ଟର ଗାଡିର ଚାବି ଧରି କେଉଁଆଡେ ଚାଲି ଯାଇଥିଲେ l ପରିବାର ଲୋକେ ନାରାୟଣଙ୍କୁ ଖୋଜାଖୋଜି କରି କୌଣସି ସନ୍ଧାନ ପାଇଲେ ନାହିଁ l ମଙ୍ଗଳବାର ସକାଳ ୭ ଟାରେ ଢ଼ୋଳବ ଗ୍ରାମର ବଗଡ଼ ପାହାଡ଼ ନିକଟରେ ଥିବା କୁକୁଡ଼ା ଫାର୍ମ ନିକଟ ସମୁଖରେ ଏକ ଲଟା ଭିତରେ ଟ୍ରାକ୍ଟର ଗାଡିର ହାଇଡ୍ରୋଲିକ ଟେକି ଡାଲା ତଳେ ମୁଣ୍ଡ ରଖି ଆତ୍ମହତ୍ୟା କରିଥିବା ନାରାୟଣ ପ୍ରଧାନଙ୍କ ଆଇ ରେଖି ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ