ମଧୁମେହ ସଚେତନତା ଶିବିର

ହିଂଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ହିଂଜିଳିକାଟୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ଏକ ଦିବସୀୟ ମଧୁମେହ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଗାୟତ୍ରୀ ପରିବାର ଗଂଜାମ ଜିଲ୍ଲା ସଂଯୋଜକ ଡ଼ଃ. ବୃନ୍ଦାବନ ମିଶ୍ର ପ୍ରଦିପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମଧୁମେହ ବିଶେଷଞ୍ଜ ଡ଼ାକ୍ତର ସୁନିଲ କୁମାର କୋଟ୍ଟା ଉପସ୍ଥିତ ରହି ୧୨୦ ଜଣ ରୋଗୀଙ୍କ ମଧୁମେହ ପରୀକ୍ଷା କରିବା ସହ ଏହାର କାରଣ ଓ ନିରାକରଣ ସମ୍ପର୍କରେ ବୁଝାଇଥିଲେ । ହିଂଜିଳିକାଟୁ ଗାୟତ୍ରୀ ପରିବାର ସଦସ୍ୟ ଟି. ଲକ୍ଷ୍ମୀ ନାରାୟଣ ପାତ୍ର, ଗୌତମ କୁମାର ବାଡ଼ତ୍ୟା, ଅଶୋକ କୁମାରେ ସାହୁ, ସସ୍ମିତା ପଟ୍ଟନାୟକ, ସୁନିଲକାନ୍ତ ମହାରଣା, ରାମଚନ୍ଦ୍ର ସେଠି, ଶିବରାମ ବେହେରାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ