ସ୍ନାୟୁ ଶଲ୍ୟ ଚିକିତ୍ସକଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟ ସମସ୍ତ ଚିକିତ୍ସକ ମାନଙ୍କୁ  ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ,ଅଙ୍ଗବସ୍ତ୍ର ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ କରାଯାଇଥିବା ବିରଳ ଏବଂ ସଫଳ ଅସ୍ତ୍ରୋପଚାର  ପରେ ବିଭାଗୀୟ ଡାକ୍ତରୀ ଟିମ୍ କୁ  କୃତଜ୍ଞତା ଜ୍ଞାପନ ସ୍ୱରୂପ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।  ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ସଭାପତି ହୃଦୟ ରଞ୍ଜନ ମେକାପ, ପ୍ରାକ୍ତନ ସଭାପତି ଚନ୍ଦ୍ରଧ୍ଵଜ ସିଂହ, ପ୍ରାକ୍ତନ ସମ୍ପାଦକ ପ୍ରଦୀପ କୁମାର ନାୟକ, ସିମାଞ୍ଚଳ ପ୍ରଧାନ, ବିଜୟ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିବା ବେଳେ ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ତଥା ଆସୋସିଏଟ ପ୍ରଫେସର ଡା. ରବିନାରାୟଣ ପଣ୍ଡା, ଆସିଷ୍ଟାଣ୍ଟ ପ୍ରଫେସର ଡା. ଦେବଦତ୍ତ ସେନାପତି, ଡା. ତୁଷାର କାନ୍ତ ରଥ, ଡା. ଦେବଶ୍ରୀ ମହାରଣା ଏବଂ ଡା. ପି. ହରି ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ