୨୯ରେ ଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଆସନ୍ତା ୨୯ତାରିଖ ସୋମବାର କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ଦେବସ୍ନାନପୂର୍ଣ୍ଣିମା। ଏହି ଉପଲକ୍ଷେ ଶ୍ରୀଜୀଉଙ୍କ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସେହିଦିନ ସକାଳ ୬ଟାରୁ ୭ଟା ମଧ୍ୟରେ ଶ୍ରୀଜୀଉ ସ୍ନାନ ମଣ୍ଡପକୁ ବିଜେ କରିବେ। ସକାଳ ସାଢେ ୭ଟାରେ ଶ୍ରୀଜୀଉଙ୍କ ଜୟମଙ୍ଗଳ ଆରତୀ, ଦିବା ୧୦ଟାରେ ନୀତିସ୍ନାନ, ମଧ୍ୟାହ୍ନ ୧୨ଟାରେ ଶ୍ରୀଜୀଉଙ୍କ ବଲ୍ଲଭ ମଣୋହୀ, ଅପରାହ୍ନ ଗୋଟାଏ ବେଳେ ମଙ୍ଗଳାର୍ପଣ ପରେ ଅପରାହ୍ନ ସାଢେ ଗୋଟାଏରେ ଶ୍ରୀଜୀଉଙ୍କୁ ଗଜାନନ ବେଶ କରାଯିବ। ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ଖେଚଡୀ ଧୂପ କରାଯିବ ଓ ରାତ୍ର ୯ଟାରେ ଶ୍ରୀଜୀଉଙ୍କୁ ଅଣବସର ଗୃହ ପ୍ରବେଶ କରାଯିବ। ସେହିଭଳି ୨୮ତାରିଖ ରବିବାର ରାତି ୧୧ଘଟିକା ମଧ୍ୟରେ ବଡସିଂହାର କରାଯିବା ପରେ ଦିଅଁଙ୍କ ଚକାଛଡା କାର୍ଯ୍ୟକ୍ରମ କରାଯିବ। ଏଥିସହିତ ମୁକ୍ତ ମଣ୍ଡପ ପାଖରୁ ସ୍ନାନମଣ୍ଡପ ପର୍ଯ୍ୟନ୍ତ ଚୁନ ମରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ