ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବ ଜିଲ୍ଲା ପରିଷଦ କମିଟି 

ହ।ଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ପରେ ଆସନ୍ତା କାଲି ଜିଲ୍ଲାପରିଷଦର ଏକ କମିଟି ଏହି ରାସ୍ତା କାର୍ଯ୍ୟର ତଦାରଖ କରିବାକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାିଁ ଠିକାଦାର ତରବରିଆ ଭାବେ ପିଚୁରାସ୍ତାରେ ମାଟି ଲୁଚାଇବାକୁ ଡଷ୍ଟ ପକାଉଥିବା ଅଭିଯୋଗ ହୋଇଛି ।  ଆସନ୍ତାକାଲି ୩ନଂ ଜିଲ୍ଲାପରିଷଦ କମିଟି ସହିତ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଏହି କମିଟିକୁ ସହଯୋଗ କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାସ୍ତାନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୧୭କୋଟି ଟଙ୍କା ଖର୍ଚ୍ଚ କରାଯାଇ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ପିଚୁରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ମାତ୍ର ଠିକାଦାର ଅତି ନିମ୍ନମାନର କାମ କରିଥିବାରୁ ତିନିମାସ ଭିତରେ  ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ସହ ପୁର୍ବାବସ୍ଥାକୁ ଫେରି ଆସିଥିଲା । ଏନେଇ ସ୍ଥାନୀୟ ଲୋକମାନେ ଅନେକଥର ବିରୋଧ କରିବା ସହ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲେବି ବିଭାଗୀୟ ଅଧିକାରୀ ଏହାକୁ ଅଣଦେଖା କରିଥିଲେ । ଏନେଇ ଗତ ଜିଲ୍ଲାପରିଷଦ ବୈଠକରେ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ଏକ କମିଟି ମାଧ୍ୟମରେ ଏହାର ତଦାରଖ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପରିଷଦର ୩ନଂ କମିଟି ଏହି କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭିନ୍ନ ବିଭାଗର ନିର୍ବାହୀଯନ୍ତ୍ରୀ ମାନେ ଉପସ୍ଥିତ ରହି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦେଖି ଠିକାଦାର ଏବେ ତରବରିଆ ଭାବେ ଖାଲଖମା ଗୁଡିକୁ ପଥରଡଷ୍ଟରେ ପୋତି ପକାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ