୧୩୦ ଛାତ୍ରଛାତ୍ରୀ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅନ୍ତର୍ଗତ ସୁନସିପାଟଣା ଗ୍ରାମର ୧୯୫୦ ମସିହାରେ ସ୍ଥାପିତ ବହୁ ପୁରାତନ ଶିକ୍ଷାନୁଷ୍ଠାନ ଜୟନଗର ସେବାଶ୍ରମ ତଥା ଅନୁସୂଚିତ ଭୁକ୍ତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୧୩୦ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ଧାମନଗର ମେଡିକାଲକୁ ପୋଲିସ ଓ ଥାନା ଗାଡ଼ି,ଅଟୋ ଏବଂ ଆମ୍ବୁଲାନ୍ସ ଦ୍ୱାରା ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସମସ୍ତ ଡାକ୍ତର ପିଲାଙ୍କ ଚିକିତ୍ସାରେ ଲାଗିପଡିଛନ୍ତି। ପ୍ରାଥମିକ ଚିକିତ୍ସା ପରେ କେତେକ ପିଲାଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ଆଉ କିଛି ପିଲାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ରଖାଯାଇଛି। ସୁସ୍ଥ ହେବା ପରେ ଛାଡ଼ି ଦିଆଯିବ ବୋଲି ଡାକ୍ତର ମାନଙ୍କ ଠାରୁ ସୂଚନା ଦିଆଯାଇଛି। ଏହି ସମ୍ବେଦନଶୀଳ ଘଟଣା ପାଇଁ ଦାୟୀ କିଏ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ମହଲରେ ଚିନ୍ତା ପ୍ରକାଶ ପାଇଛି। ଘଟଣାର ସଠିକ୍ କାରଣ ଓ ଖାଦ୍ୟର ମାନ ସମ୍ପର୍କରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବାକୁ ଅଭିଭାବକ ମହଲରେ ଦାବି ହୋଇଛି। ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ,ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ଓ ପୋଲିସ ଫୋର୍ସ ଏବଂ ପ୍ରଶାସନ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଚିକିତ୍ସା କରିଥିଲେ।ଏହି ଘଟଣା ପ୍ରସାରିତ ହେବା ପରେ ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ,ବିଜେପି ନେତା ଅଶୋକ ପୁହାଣ,କୈଳାସ ଚନ୍ଦ୍ର ମହାପାତ୍ର,ସରୋଜ ମହାପାତ୍ର,ବିଜେଡି ନେତା ତଥା ଆଇନଜୀବୀ ଅମରେନ୍ଦ୍ର ମହାନ୍ତି,ସୁଶାନ୍ତ କୁମାର ରାଉତଙ୍କ ସମେତ ବିଭିନ୍ନ ଦଳର ନେତା,ନେତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ମେଡିକାଲରେ ପହଞ୍ଚି ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଅଭିଭାବକ ମାନଙ୍କୁ ସମବେଦନା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ