ପୂର୍ବତନ ଉପମୁଖ୍ୟମନ୍ତ୍ରୀ କର୍ମବୀର ବସନ୍ତ ବିଶ୍ୱାଳଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳିତ
ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ନାଉଗାଁ ବସଷ୍ଟାଣ୍ଡ ଠାରେ ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ମବୀର ବସନ୍ତ ବିଶ୍ୱାଳଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବସନ୍ତ ବିଶ୍ୱାଳ ସ୍ମୃତି କମିଟି, ନାଉଗାଁ ପକ୍ଷରୁ ଏହି ସ୍ମୃତିସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ବସନ୍ତ ବାବୁଙ୍କ ବହୁମୁଖୀ ପ୍ରତିଭା, ନବ ଓଡ଼ିଶା ନିର୍ମାଣରେ ତାଙ୍କର ଅବଦାନ ଏବଂ ଆଧୁନିକ ଓଡ଼ିଶା ଗଠନରେ ତାଙ୍କ ଭୂମିକାକୁ ସ୍ମରଣ କରାଯାଇଥିଲା। ବସନ୍ତ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସମବେତ ନିରବ ପ୍ରାର୍ଥନା ଓ ଓଁକାର ଧ୍ୱନି ମାଧ୍ୟମରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବସନ୍ତ ବିଶ୍ୱାଳ ସ୍ମୃତି କମିଟିର ଆବାହକ ମନୋଜ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ନାଉଗାଁ ବ୍ଲକ୍ କଂଗ୍ରେସ କମିଟି ସଭାପତି ବିଚିତ୍ରାନନ୍ଦ ଲେଙ୍କା, ବିଜୁ ଜନତା ଦଳ ବ୍ଲକ ସଭାପତି ନିରଞ୍ଜନ ବେହୁରା, ଯୁବନେତା ଗୌରାଙ୍ଗ ଦାଶ, କୃଷକ ନେତା ଅଶୋକ ସ୍ୱାଇଁ, ରାଜକିଶୋର ରାଉତ, ଜ୍ୟୋତିରଞ୍ଜନ ପରିଡ଼ା, ଶାରଦା ମହାନ୍ତି, ବିଜୟ ମହାନ୍ତି, ଦେବଜ୍ୟାତି ମହାନ୍ତି, ଛାତ୍ରନେତା ସୁନୀଲ କୁମାର ମାଟିଆ, ଯୁବନେତା ଜିତେନ୍ଦ୍ର ମହାନ୍ତି, ରବୀନ୍ଦ୍ର ଲେଙ୍କା, ଅକ୍ଷୟ ଲେଙ୍କା, ଅଭୟ ବିଶ୍ୱାଳ, ନାରାୟଣ ଲେଙ୍କା, ବ୍ରହ୍ମାନନ୍ଦ ଲେଙ୍କା, ଜନ୍ମେଜୟ ନାୟକ ଓ ବିରଞ୍ଜି ନାରାୟଣ ପରିଡ଼ା, ଭ୍ରମରବର ଗୋଛାୟତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ।


