ଟିକେଟ ଦିଅ ନହେଲେ ଦଳ ଛାଡିବି :ପ୍ରତ୍ୟୁଷା

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ଗତକାଲି ବିଜେଡିର ପାର୍ଥୀପତ୍ର ଘୋଷଣା ହେବାପରେ ଟିକେଟ ପାଇ ନଥିବା ପାର୍ଥୀମାନେ ଦଳ ଛାଡିବା ଆରମ୍ଭ କରିଛନ୍ତି । ସେହିକ୍ରମରେ କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିବା ସହ ଟିକେଟ ନମିଳିଲେ ସ୍ୱାଧୀନ ପାର୍ଥୀଭାବେ ଲଢିବା ବୋଲି ମତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ବିଧାନସଭା ଆସନ ଲାଗି ବିଜେଡି ଟିକେଟ ପାଇ ନଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ମଧ୍ୟ ଦଳ ଛାଡ଼ିଛନ୍ତି । ଆଜି ତାଙ୍କ ସମର୍ଥକମାନଙ୍କ ସହ ସେ ବୈଠକ କରି ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ସେହିପରି ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବିଜେଡ଼ି ଟିକେଟ୍ ଆଶାୟୀ କୁସୁମ ଟେଟେ ଦଳରୁ ଇସ୍ତଫା ଦେଇଛନ୍ତି।
ବିଜେଡ଼ି ଟିକେଟ୍ ବଞ୍ଚତ ନେତା ଦଶପଲ୍ଲାର ପୂର୍ଣ୍ଣଚନ୍ଦ୍ର ନାୟକ ଅସନ୍ତୁଷ୍ଟ ଅଛନ୍ତି ଓ ବିଜେପି ସହ ଯୋଗାଯୋଗରେ ଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ଖଲିକୋଟର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଅସନ୍ତୁଷ୍ଟ ଥିବା ସହ ବିଜେପି ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ