ବିକ୍ରମ୍ ଲ୍ୟାଣ୍ଡିଂ ସାଇଟର ଫଟୋ ଉଠାଇଲା ନାସା, ମିଳିଲାନି ଲ୍ୟାଣ୍ଡର

ନୂଆଦିଲ୍ଲୀ: ଆମେରିକାର ନାସା ପରିଚାଳିତ ଅର୍ବିଟର ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଅବତରଣ ସ୍ଥଳର ଫଟା ପଠାଇଥିଲେ ମଧ୍ୟ ଲ୍ୟାଣ୍ଡରକୁ ଠାବ କରିବାରେ ବିଫଳ ହାଇଛି । ଧୀମା ଆଲୁଅରେ ନିଆଯାଇଥିବା ଏହି ଫଟୋରୁ ଏଯାଏ ବିକ୍ରମ ଲ୍ୟାଣ୍ଡରର ଭାଗ୍ୟ ନିର୍ଦ୍ଧାରଣ ହାଇପାରିନି । ତେବେ ଭଲ କ୍ୱାଲିଟିର ଫଟୋ ଏହି ଅର୍ବିଟର ଉଠାଇଥିବ କି ନା ତା’କୁ ନେଇ ସନ୍ଦେହ ସୃଷ୍ଟି ହାଇଛି । ଏହି ଫଟୋ ଉଠାଯିବା ସମୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ହୋଇଥିଲା । ଏହି ସମୟରେ କିଛି ଅଞ୍ଚଳ ଅନ୍ଧାର ହୋଇଯାଇଥିଲା । ତେବେ ଏହି ଫଟୋ ଉଠାଯିବା ସମୟରେ ବିକ୍ରମ ଅନ୍ଧାରରେ ଲୁଚିରହିଥିବା କୁହାଯାଉଛି । ଗତ ସେପ୍ଟେମ୍ବର ୭ ତାରିଖରେ ୬ ଚକ ବିଶିଷ୍ଟ ପ୍ରଜ୍ଞାନକୁ ନେଇ ଚନ୍ଦ୍ରପୃଷ୍ଠ ଯାଇଥିବା ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାର କିଛି ସମୟ ପୂର୍ବରୁ ହିଁ ଯୋଗାଯୋଗରେ ବିଚ୍ଛିନ୍ନ ଘଟିଥିଲା । ଫଳରେ ଇସ୍ରୋକୁ ଏକ ବଡ଼ ଝଟକା ଲାଗିଥିଲା । କିନ୍ତୁ ସାରା ଭାରତରୁ ଇସ୍ରୋ ପାଇଁ ସମର୍ଥନ ଆସିଥିଲା । ବିଶେଷ କରି ଇସ୍ରୋ କେନ୍ଦ୍ରରେ ହିଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଇଥିଲେ । ଏହାପରଠାରୁ ଇସ୍ରୋ ଏବଂ ନାସା ମିଳିତ ଭାବେ ବିକ୍ରମକୁ ଠାବ କରିବାର ପ୍ରୟାସ ଚଲାଇଛନ୍ତି । ସେପ୍ଟେମ୍ବର ୨୧ରେ ଇସ୍ରୋ ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରକାଶ କରାଯାଇପାରେ । ଏହି ଦିନ ହିଁ ଚନ୍ଦ୍ରର ଏହି ପାଶ୍ୱର୍ରେ ଅନ୍ଧାର ଘୋଟି ଆସିବ । ଏତଦବ୍ୟତୀତ ଚନ୍ଦ୍ରଯାନ-୨ର ଅର୍ବିଟର ଗତ ସେପ୍ଟେମ୍ବରରେ ଉଠାଇଥିବା ଫଟୋ ମଧ୍ୟ ଇସ୍ରୋ ରିଲିଜ୍ କରିପାରେ । ତେବେ ଚନ୍ଦ୍ରଯାନ-୨ ମିଶନ୍ ଏଇଠି ସରିଯିବ ନାହିଁ, ଏହାର ଅର୍ବିଟର ବେଶ୍ କିଛି ବର୍ଷ ଏହି ମିଶନକୁ ଚାଲୁ ରଖିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ