ରାମ ମନ୍ଦିର ବିବାଦୀୟ ମନ୍ତବ୍ୟ ଦେଉଥିବା ନେତାଙ୍କୁ ମୁହଁ ବନ୍ଦ କରିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ବଡ଼ମୁହାଁ ନେତା ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ସେମାନେ ମୁହଁ ବନ୍ଦ ରଖିବା ଉଚିତ । ମହାରାଷ୍ଟ୍ରର ନାସିକରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି । ରାମ ମନ୍ଦିର ମାମଲା ଏବେ କୋର୍ଟରେ ଚାଲିଛି । ତେଣୁ ଏହାକୁ ନେଇ ଯେଉଁମାନେ ଟିପ୍ପଣୀ କରୁଛନ୍ତି ସେମାନେ ତାଙ୍କ ମୁହଁ ବନ୍ଦ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୁପ୍ରିମକୋର୍ଟ ଉପରେ ଭରସା ରଖିବା ଉଚିତ ବୋଲି ସେ କହିଛନ୍ତି । ଗତ ୨-୩ ସପ୍ତାହ ହେଲା ଅନେକ ବଡ଼ ଲୋକ ରାମ ମନ୍ଦିରକୁ ନେଇ ଅନେକ ମତ ରଖୁଛନ୍ତି । ଏପରି କହିବା ବଦଳରେ ସମ୍ବିଧାନର ନିୟମ ଏବଂ ସୁପ୍ରିମକୋର୍ଟ ଉପରେ ଭରସା କରିବା ଉଚିତ୍ ବୋଲି ମୋଦି କହିଛନ୍ତି । ତେଣୁ ପ୍ରଭୁ ରାମଙ୍କ ରାଣ ଖାଇ ଭାରତର ନ୍ୟାୟପାଳିକା ଉପରେ ଭରସା ରଖିବା ଉଚିତ୍ ବାଲି ସେ କହିଛନ୍ତି । ସୂଚନାଯୋଗ୍ୟ, ମହରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଗକୁ ରହିଛି । ଏହି ସମୟରେ ବିଜେପିର ସହଯୋଗୀ ଦଳ ଶିବସେନାର ନେତା ରାମ ମନ୍ଦିରକୁ ନେଇ ଅନେକ ମନ୍ତବ୍ୟ ଦେଇଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ରାମ ମନ୍ଦିର ସପକ୍ଷରେ ଯିବ ବୋଲି କହିଥିଲେ । ଏଥିସହିତ ଗିରିରାଜ କହିଥିଲେ ମୋଦି ଅଛନ୍ତି ତ ସବୁକିଛି ସମ୍ଭବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ