୪ର୍ଥ ପର୍ଯ୍ୟାୟ ମୋ ନିବେଦନ କାର୍ଯ୍ୟକ୍ରମ : ୩୬୭ ଅଭିଯୋଗର ଶୁଣାଣୀ
ହିଂଜିଳିକାଟୁ, ୨୦ା୯(ଶେଷଦେବ ସାହୁ) : ହିଂଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ୫ମ ପାଳି ଶାସନ କାଳରେ ୩ଟି ପରେ ପୁଣି ଥରେ ୫ଟି ମନ୍ତ୍ର ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ, କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ପଂଚାୟତରେ କିପରି ଲୋକଙ୍କ ହାତ ପାହାନ୍ତାରେ ଉପଲବ୍ଧ ହେବ, ସେ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିଯୋଗ ଶୁଣାଣୀ ‘ମୋ ନିବେଦନ’ କାର୍ଯ୍ୟକ୍ରମ । ହିଂଜିଳି ବ୍ଳକ ପ୍ରଶାସନ ପକ୍ଷରୁ ଶୁକ୍ରବାର ୪ର୍ଥ ପର୍ଯ୍ୟାୟରେ ସ୍ଥାନୀୟ ବ୍ଳକ ବେଲଗାଁ ଗ୍ରାମ ପଂଚାୟତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ବେଲଗାଁ ସମେତ ଗଣ୍ଡଳା, ଭାବନ୍ଦ, ସାହାପୁର, ଦୁର୍ବନ୍ଧ ଆଦି ୫ ଟି ପଂଚାୟତକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଗୋପିନାଥ କୁଅଁର, ବେଲଗାଁ ସରପଂଚ ତ୍ରିନାଥ ପାଣିଗ୍ରାହୀ, ଗଣ୍ଡଳା ସରଂପଚ ଗୌରୀ ସାହୁ, ଭାବନ୍ଦ ସରଂପଚ ପ୍ରିତି ସାହୁ, ବେଲଗାଁ ସମିତିସଭ୍ୟ ଦଣ୍ଡପାଣି ଆଚାରୀ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ସାମାଜିକ ନିରାପତା ଅଧିକାରୀ ଭୀମସେନ ବାରିକ, ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ୱନାଥ ମହାରଣା, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ଃ. ଅନିଲ କୁମାର ରଥ, ମୃତ୍ୟୁଂଜୟ ପାଣିଗ୍ରାହୀ, ହେଲଥ୍ ସୁପରଭାଇଜର ଅଶୋକ ମିଶ୍ର, ରାଜସ୍ୱ ନିରୀକ୍ଷକ ସୁପରଭରାଇଜର ପୁରୁଷୋତମ ରେଡ୍ଡି, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାଢି, ପ୍ରମୁଖ ମଂଚାସିନ ରହି ଗଣ୍ଡଳା ଗ୍ରାମ ପଂଚାୟତର ସର୍ବାଧିକ ୧୭୨ଟି, ବେଲଗାଁର ୧୧୮ ଟି, ଭାବନ୍ଦର ୪୬ଟି, ଦୁର୍ବନ୍ଧର ୧୭ ଟି ଓ ସାହାପୁର ଗ୍ରାମ ପଂଚାୟତର ୧୪ ଟି ସର୍ବମୋଟ ୩୬୭ ଟି ଅଭିଯୋଗର ଶୁଣାଣୀ କରିଥିଲେ । କାର୍ଯ୍ୟକ୍ରମକୁ ପିଇଓ ବି. ହରି ପରିଚାଳନା କରିଥିବା ବେଳେ ଉଦ୍ୟାନ ବିଭାଗୀୟ ଅଧିକାରୀ ଶୁଭଦ୍ମିତା ସାହୁ, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଯୋଗାଣ ନିରୀକ୍ଷକ ଶରତ ବେହେରା, ରାଜେଶ ସାହୁ, ରାମହରି ଶର୍ମା, ବବାବୁ ସ୍ୱାଇଁ, ଶ୍ରୀକାନ୍ତ ସାହୁ, ଗ୍ରାମ ରୋଜଗାର ସେବକ, ଭିଏଲଡ଼ବ୍ଳ୍ୟୁ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ବହୁ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ ।