ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଘଟିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ କଥାକୁ କେନ୍ଦ୍ର କରି ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ସଂପୃକ୍ତ ଗ୍ରାମର ପ୍ରତାପ ଚୈଧୁରୀ (୬୨) । ଏ ନେଇ ହିଞ୍ଜିଳି ଥାନାରେ ଆହତ ପ୍ରତାପ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ଥାନାରେ ୪୦୦/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଆକ୍ରମଣକାରୀ ସାନଭାଇ ଶ୍ରୀକାନ୍ତ ଫେରାଇ ହୋଇଯାଇଛନ୍ତି ।ପ୍ରକାଶ ଯେ, ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ୨ ଭାଇ ପ୍ରତାପ ଓ ଶ୍ରୀକାନ୍ତଙ୍କ ମଧ୍ୟରେ କୈାଣସି କଥାକୁ କେନ୍ଦ୍ର କରି ପୂର୍ବରୁ ଶତୃତା ଲାଗି ରହିଥିଲା । ଶୁକ୍ରବାର ଅପରାହ୍ନରେ ବଡ଼ଭାଇ ଘରେ ଥିବାବେଳେ ସଂପୃକ୍ତ ଗ୍ରାମର ୫ ଜଣ ପ୍ରତାପଙ୍କ ଘରକୁ ଆସି ଗଣ୍ଡଗୋଳ କରିଥିଲେ । ପରେ ତାଙ୍କର ସାନ ଭାଇ ଆସି ଏକ ଟାଙ୍ଗିଆରେ ଅର୍ତକିତ ଆକ୍ରମଣ କରିଥିଲେ । ଆକ୍ରମଣରେ ବଡ଼ଭାଇ ଗୁରୁତର ଆହତ ହୋଇଥିଲେ । ସାହି ପଡୋଶୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଆକ୍ରମଣ ପରେ ଘଟଣାସ୍ଥଳରୁ ସାନଭାଇ ଫେରାର ହୋଇଯାଇଛନ୍ତି ।


