ବୃଦ୍ଧାଙ୍କୁ କମ୍ବଳ ବାଣ୍ଟିଲା ରାମଦୋଳି ଯୁବକ ସଂଘ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କାର୍ତ୍ତିକ ମାସ ଚାଲିଗଲାଣି ପାହାଡିଆ ଦୁର୍ଗମ ଅଞ୍ଚଳରେ ପ୍ରବଳ ଶୀତ ପଡ଼ିଲାଣି । ଏହି ଚମଥରା ଶୀତପ୍ରଭାବରେ ପାହାଡି ଇଲାକା ଓ ଦୁର୍ଗମ ଜଙ୍ଗଲରେ ବସବାସ କରୁଥିବା ଗରିବ ଗୁରୁବା ବୁଢାବୁଢୀ । ଭଙ୍ଗା ଦଦରା ଘରେ ରହୁଥିବା ବୁଣାବୁଢୀ ଙ୍କ ପାଖରେ ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ଓ କମ୍ବଳ ଖଣ୍ଡେ ନାହିଁ ଏହି ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ବୃଦ୍ଧା ମାନଙ୍କ ପାଇଁ ସହାୟତା ହାତ ବଢ଼ାଇଛି ମୟୂରଭଂଜ ଜିଲ୍ଲାର ବାମନଘାଟଘ ଉପଖଣ୍ଡର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାମଦୋଳି ଯୁବକ ସଂଘର ସଦସ୍ୟମାନେ । ସେମାନେ ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ବନ୍ତଙଳିଗଡା ଗ୍ରାମର ୧୩ ଜଣ ବୃଦ୍ଧାଙ୍କୁ ମାଗଣାରେ କମ୍ବଳ ପ୍ରଦାନ କରିଛନ୍ତି । ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡା, ଗାଁ ଓ୍ବାର୍ଡ ମେମ୍ବର ସୁରୁ ଦେହୂରୀ,ଗୀତା କିସ୍କୁ କାରାନ ଟୁଡୁ,କାମ ହାଁସଦା,ବୁଧୁରାମ ମୁଣ୍ଡା,କାଳୀଚରଣ ମୁଣ୍ଡା,କାରିୟା ମୁର୍ମୁ, ମହେଶ୍ବର ମୁଣ୍ଡା, ଛୋଟରାୟ ମୁର୍ମୁ,ଭୁବନ ମୁଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।ରାମଦୋଳି ଯୁବକ ସଂଘର ଏଭଳି ଜନହିତକର କାର୍ଯ୍ୟକ୍ରମକୁ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି ।


