ବରିଷ୍ଠ ସିପିଆଇ ନେତାଙ୍କ ପରଲୋକ
ଛତ୍ରପୁର,(ଦେବଦତ୍ତ ମହାରଣା) : ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧିଙ୍କ ପିତା ଭୀମ ସୁବୁଦ୍ଧି(୮୨)ଙ୍କ ଶନିବାର ପରଲୋକ ଘଟିଛି । ଏହି ଖବର ପ୍ରଚାର ହେବା କ୍ଷଣି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ସୁବୁଦ୍ଧି ଅସୁସ୍ଥତା ଥିବାରୁ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ । ଆଜି ତାଙ୍କରି ମୃତ୍ୟୁ ହୋଇଥିବା ବେଳେ ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଞ୍ଚାୟତ ଲଣ୍ଡାବାଉଁଶ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ମୃତ୍ୟୁ ଶଯ୍ୟା ବେଳେ ପତ୍ନୀ ହେମ, ପୁତ୍ର ସୌରୀ, ରାମଚନ୍ଦ୍ର ଓ ମଥୁରା, ତିନି ବୋହୂ, ଝିଅ,ଜ୍ୱାଇଁ, ନାତିନାତୁଣୀ ଏବଂ ବନ୍ଧୁବାନ୍ଧଭ ଉପସ୍ଥିତ ଥିଲେ । ସିପିଆଇ ଜିଲ୍ଲା ସହସଂପାଦକ ନୀଳକଣ୍ଠ ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍.ଗିରିଜା ପ୍ରସାଦ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ୍.ଜନାର୍ଦ୍ଦନ ରେଡ୍ଡୀ, ସହ ସଂପାଦକ ଗୁରୁନାଥ ପ୍ରଧାନ, ଛତ୍ରପୁର ଜୋନାଲ ସଂପାଦକ ଏସ୍.କ୍ରିଷ୍ଣା ରେଡ୍ଡୀ, ଶମିକ ନେତା ଦୁର୍ଯ୍ୟୋଧନ ନାହାକ, ରବୀ ମହାମାତ୍ର, ସନ୍ୟାସୀ ପାତ୍ର ଙ୍କ ସମେତ ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ସୁବୁଦ୍ଧିଙ୍କ ମରୀ ଶରୀରରେ ଦଳୀୟ ପତାକା ପକାଇ ସତ୍ ସମ୍ମାନ ସହ ଶେଷ କୃତ୍ୟ ସମ୍ପନ୍ନ କରିବା ସହ ଶୋକକୁଳ ପରିବାକୁ ସମବେଦନା ଜଣାଇଥିଲେ ।


