ବିପୁଳ ପରିମାଣର ବେଆଇନ ବାଣ ଜବତ; ୩ ଗିରଫ 

କଟକ,(ଦୀପକ୍ କୁମାର ବେଉରା): ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର, ତ୍ରିଲୋଚନପୁର, ପଦ୍ମପୁର ଓ ଭୈରପୁର ଇତ୍ୟାଦି ସ୍ଥାନରେ ଲୁକାଇତ ଅବସ୍ଥାରେ ବିନା ଲାଇନ୍ସେସେରେ ବାଣ ପ୍ରସ୍ତୁତୁ ହେଉଥିବା ସମୟରେ କଟକ ଯୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ଏବଂ ଜଗତପୁର ଆଇ ଆଇ ସି ରବିନ୍ଦ ନାଥ ମେହେରଙ୍କ ମିଳିତ ଚଢାଉ କରି ବିପୁଳ ପରିମାଣର ବାରୁଦ ସାମଗ୍ରୀ ସହ ବାଣ ଜବତ କରାଯାଇଛି l ଏ ସମ୍ପର୍କରେ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l ବିନା ଲାଇସେନ୍ସରେ କୋଭିଡ କଟକଣା ସମୟରେ ସମ୍ପୂର୍ଣ ରୂପେ ଆଇନ କୁ ଫୁ କରି ଏମାନେ ବାଣ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ l ବିଶେଷ ସୂତ୍ରରୁ ଖବର ପାଇ କଟକ ଏସିପି ଅମରେନ୍ଦ୍ର ପଣ୍ଡା ଏବଂ ଜଗତପୁର ଆଇଆଇସି ଚଢ଼ାଉ କରି ପ୍ରାୟ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ