ପାଚେରୀକୁ ଧକ୍କା ଦେଇ କାର ଦୁର୍ଘଟଣା ଗ୍ରସ୍ତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚାର୍ମ ର ପାଚେରୀ କୁ ରବିବାର ରାତି ୧୦ ଟା ସମୟରେ ଏକ ସ୍ୱିଫଟ ଡିଜାୟାର କାର (ଓଡି ୦୨ ଏଜେ ୪୩୯୩) ଭାରସାମ୍ୟ ହରାଇ ଧକ୍କା ଦେଇଥିବା ବେଳେ କାହାର ସେଭଳି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । କାରଟି ଗତକାଲି ରାତି ରେ ଖଜୁରୀପଡାରୁ ଲାଇନପଡ଼ା ରାସ୍ତା ରେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସହ ଗାଡିର କ୍ଷତି ସହ ଚାର୍ମ କାର୍ଯ୍ୟାଳୟ ର ପାଚେରୀ ମଧ୍ଯ କ୍ଷତିଗ୍ରସ୍ତ ହୋଇଛି । ଏନେଇ ଖଜୁରୀପଡା ପୋଲିସ କୁ ମଧ୍ଯ ସୁଚନା ମିଳିଥିବା ଜଣାପଡିଛି।


