ସନ୍ଧ୍ୟାରାଣୀଙ୍କ ପ୍ରତିଭା ଗିନିଜ୍ ବୁ୍କ୍ ରେ ସ୍ଥାନ ପାଇବା ପରେ ତାଙ୍କୁ ସମ୍ମାନିତ କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ଦେଶ ସେବା ପାଇଁ ପୋଲିସ ବିଭାଗରେ କାର୍ଯ୍ୟରତ ଥାଇ ନିଜର ବୁଣାବୁଣି କୌଶଳ ସକାଶେ ପୋଲିସ କନେଷ୍ଟବଳ ସନ୍ଧ୍ୟାରଣୀ ବେହେରା ଫୁଲବାଣୀ ସମେତ ସମଗ୍ର ଦେଶକୁ ଗୌରବାନ୍ନିତ କରିଛନ୍ତି । ନିଜର ଆତ୍ମ ବିଶ୍ୱାସ ଯୋଗୁଁ ପିଲା ଦିନର ସ୍ବପ୍ନକୁ ସାକାର କରିଛନ୍ତି । ମଦର ଇଣ୍ଡିଆ ଅନୁକୂଳରେ ଚେନ୍ନାଇ ସ୍ଥିତ ଏସଆରଏମ ବିଶ୍ୱବିଦ୍ୟାଳୟରେ ୨୦୧୯ ସେପ୍ଟେମ୍ବର ୧୫ ତାରିଖରେ ଆୟୋଜିତ ବିଭିନ୍ନ ସାଜସଜା ଓ ହାତବୁଣା ସାମଗ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେଥିରେ ନିଜ ପ୍ରସ୍ତୁତ ୨ ଶହ ପ୍ରକାରର ସାମଗ୍ରୀକୁ ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତାରେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରୁ ୩୬୦ଜଣ ପ୍ରତିଯୋଗୀ ମଧ୍ୟ ଅଂଶ ଗ୍ରହଣ କରିଥିଲେ ମଧ୍ୟ ଏଥିରେ ସନ୍ଧ୍ୟାରାଣୀଙ୍କ ପ୍ରତିଭା ପ୍ରଶଂସନୀୟ ହୋଇଥିଲା । ପୋଲିସ କନେଷ୍ଟବଳ ସନ୍ଧ୍ୟାରାଣୀ ବେହେରା ଗିନିଜ ବୁକ୍ ରେ ସ୍ଥାନ ପାଇବା ପରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ  ଉତ୍ତରୀୟ ପ୍ରଦାନ କରିବା ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ।ଏଥି ସହିତ ସାଂସଦ ସନ୍ଧ୍ୟାଙ୍କ ଏକ ଜଗନ୍ନାଥଙ୍କ ମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ପ୍ରତିଭାକୁ ଯେତେ ପ୍ରଶଂସା କରାଗଲେ ମଧ୍ୟ ତାହା କମ ହେବ । ଭବିଷ୍ୟତରେ ଆହୁରୀ ଉନ୍ନତି କରନ୍ତୁ, ସଫଳତା ଲାଭ କରନ୍ତୁ, ଅନ୍ୟ ପାଇଁ ଆଦର୍ଶ ହୁଅନ୍ତୁ ଏବଂ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ହୁଅନ୍ତୁ ବୋଲି ତାଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ