ଘୋଡ଼ାହାଡ଼ ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଘୋଡ଼ାହାଡ଼ ନଦୀରୁ ମଙ୍ଗଳବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ଲକ୍ଷ୍ମୀପୁର ଗ୍ରାମର ରଙ୍ଗବତି ଦାସ (୭୦) । ଏ ନେଇ ହିଞ୍ଜିଳି ଥାନାରେ ନଂ-୩୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।ପ୍ରକାଶ ଯେ, ସୋମବାର ରାତିରେ ବୃଦ୍ଧା ଜଣକ ଶୌଚ କରିବା ସକାଶେ ଗ୍ରାମ ନିକଟସ୍ଥ ଘୋଡ଼ାହାଡ଼ ନଦୀକୁ ଯାଇ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧାଙ୍କ ସନ୍ଧାନ ମିଳିନଥିଲା । ମଙ୍ଗଳବାର ସକାଳେ ନଦୀ କୂଳରେ ବୃଦ୍ଧାଙ୍କ ମୃତଦେହ ପଡ଼ିଥିବାର ଗ୍ରାମର କିଛି ଲୋକ ଦେଖି ପରିବାର ଓ ପୁଲିସକୁ ଖବର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ