ମୁମ୍ବାଇ ଜିତିଲା ଆଇପିଏଲ୍
ନୂଆଦିଲ୍ଲୀ: ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଆପିଏଲ୍ ମୁକୁଟ ଜିତି ନେଇଛି। ଆରବୀୟ ରାତିରେ ମଙ୍ଗଳବାର ଖେଳାଯାଇଥିବା ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଯୁବବାହିନୀ ଦିଲ୍ଲୀ କ୍ୟାପିଟାଲ୍ସକୁ ଅତି ସହଜରେ ୫ ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଟ୍ରଫି ବିଜେତା ହୋଇଛି। ଦିଲ୍ଲୀକୁ ୧୫୬ ରନ୍ରେ ରୋକିବା ପରେ ମୁମ୍ବାଇ ୫ ୱିକେଟ୍ ହରାଇ ୮ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଅନ୍ୟପକ୍ଷରେ ପ୍ରଥମ ଥର ଫାଇନାଲ୍ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରଫି ବିଜୟ ସ୍ବପ୍ନ ଅଧୁରା ରହିଗଲା। ପୂର୍ବରୁ ମୁମ୍ବାଇ ରୋହିତ ଶର୍ମାଙ୍କ ଦଳ ପ୍ରତି ଦୁଇ ବର୍ଷ ଅନ୍ତରରେ (୨୦୧୩, ୨୦୧୫, ୨୦୧୭, ୨୦୧୯) ଟ୍ରଫି ବିଜେତା ହେଉଥିଲା। ପ୍ରଥମ ଥର ପାଇଁ ମୁକୁଟ ବଜାୟ ରଖିବାରେ ସକ୍ଷମ ହୋଇଛି। ସର୍ବାଧିକ ରନ୍ ସହିତ ପଞ୍ଜାବର କେଏଲ୍ ରାହୁଲ୍ (୬୭୦) ଏବଂ ସର୍ବାଧିକ ୱିକେଟ୍ ସହ ଦିଲ୍ଲୀର କାଗିସୋ ରବାଦା (୩୦ ୱିକେଟ) ଯଥାକ୍ରମେ ଅରେଞ୍ଜ୍ ଓ ପର୍ପଲ୍ କ୍ୟାପ୍ ବିଜେତା ହୋଇଛନ୍ତି।


