ବଲିଉଡ୍କୁ ଫେରୁଛନ୍ତି ଅଭିନେତ୍ରୀ ତନୁଶ୍ରୀ
ନୂଆଦିଲ୍ଲୀ: ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବଲିଉଡ୍କୁ ଫେରୁଛନ୍ତି ଅଭିିନେତ୍ରୀ ତନୁଶ୍ରୀ ଦତ୍ତ। ୨୦୧୮ ମସିହାରେ ସେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି #ମିଠୁ ଅଭିଯାନରେ ନିଜକୁ ସାମିଲ୍ କରିଥିଲେ। ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ହର୍ଣ୍ଣ ଓକେ ପ୍ଲିଜ୍’ ଚଳଚ୍ଚିତ୍ରରେ ନାନା ତାଙ୍କ ସହ ଅସଦାଚରଣ କରିିଥିଲେ ବୋଲି ଅଭିଯୋଗ ଆଣିଥିବା ତନୁଶ୍ରୀ ଦୀର୍ଘ ଦିନ ଧରି ବଲିଉଡ୍ରୁ ବିରତି ନେବା ପରେ ପୁଣି ଥରେ ଫେରୁଛନ୍ତି ବୋଲି ଖବର ରହିଛି।


