କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଜୁବୁଲି ଟାଉନ ହଲଠାରେ ରବିବାର ଶ୍ରୀରାମ ଫାଇନାନ୍ସ କମ୍ପାନୀ ପକ୍ଷରୁ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବର୍ତନ କର୍ପୋରେଟର ପ୍ରମୋଦ ଜେନା, ଶ୍ରୀରାମ ଫାଇନାନ୍ସ କମ୍ପାନୀର ଆଞ୍ଚଳିକ ବ୍ରାଞ୍ଚ ମୁଖ୍ୟ ଏଲ.ଶିବ ପ୍ରସାଦ ରେଡ୍ଡୀ, ଜୋନାଲ ମୁଖ୍ୟ ସଂଜୟ ପାଇକରାୟ ଙ୍କ ସମେତ କମ୍ପାନୀର କର୍ମଚାରୀମାନେ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ୩ହଜାରଟଙ୍କା ଲେଖାଏଁ ପୁରସ୍କାର ବାବଦରେ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ