ବୃଦ୍ଧାଙ୍କୁ ସହଯୋଗର ହାତ ବଢାଇଲେ ହେଲ୍ପ ଇଣ୍ଡିଆ ସହଯୋଗୀ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଏ ଦୁନିଆରେ ଏମିତି କିଛି ପରିବାର ଅଛନ୍ତି ନା ତାଙ୍କର ଅଛି ପରିବାର ନା ରହିବାକୁ ଅଛି ଘର,ଏମିତି ଏକ ଜୀବନ ଅତିବାହିତ କରୁଛନ୍ତି ବେଲଗୁଣ୍ଠା ବ୍ଲକ ଉଡ୍ରା ପଂଚାୟତ ଅନ୍ତର୍ଗତ କୋକୋଲୁଣ୍ଡା ଗ୍ରାମର ଅସହାୟ ବୃଦ୍ଧା ରମା ନାୟକ | ବୟସ ପାଖାପାଖି ୭୦ ହେବ, ଜୀବନର ଶେଷ ପାହାଚରେ ମଧ୍ୟ ଜୀବନ ଯୁଦ୍ଧରେ ହରିବାକୁ ପ୍ରସ୍ତୁତ ନୁହନ୍ତି ରମା, କାହାଘରେ ବାସନ ମାଜି ତ ନହେଲେ କିଛି ଭିକ୍ଷା ବୃତ୍ତି କରି ନିଜ ପେଟ ପାଇଁ ଆହାର ସଂଗ୍ରହ କରୁଛନ୍ତି ରମା | ଏମିତି ତାଙ୍କ ଦୁଃଖଦ ଅବସ୍ଥା ଦେଖି ଆମ ହେଲ୍ପ ଇଣ୍ଡିଆ ସହଯୋଗୀ ସରୋଜ ବିଷୋୟୀଙ୍କ ଅନୁସନ୍ଧାନରେ ହେଲ୍ପ ଇଣ୍ଡିଆ ଗଞ୍ଜାମ ପରିବାର ଆସି ପହଁଞ୍ଚିଥିଲା ରମା ନାୟକଙ୍କ ପାଖରେ | ହେଲ୍ପ ଇଣ୍ଡିଆ ତରଫରୁ ତାଙ୍କୁ କିଛି ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ଏବଂ ଆଗକୁ କେମିତି ସମସ୍ତ ସରକାରୀ ସୁବିଧା ତାଙ୍କ ପାଖରେ ପହଁଞ୍ଚି ପରିବା ସେ ବିଷୟରେ ପ୍ରତିଶୃତି ପ୍ରଦାନ କରିଥିଲା |