ଅଦିନିଆ ବର୍ଷା ଯୋଗୁ ଚାଷୀ ଛାନିଆ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଂଜାମ ଚାଷୀ ମାନଙ୍କୁ ବନ୍ୟା, ବାତ୍ୟା, ଅଦିନିଆ ବର୍ଷା ଏବଂ ଅଭାବୀ ବିକ୍ରି ପ୍ରତିବର୍ଷ ଚିର ସାଥି ହୋଇ ଫସଲ କ୍ଷତି କରୁଛନ୍ତି | ଧାନ ଫସଲ ଠାରୁ ଆରମ୍ଭ କରି ପଣିପରିବା ଫସଲ ମଧ୍ୟ ପ୍ରାକୃତିକ ବିପର୍ଯୟ ଯୋଗୁ କ୍ଷତି ହେଉଛି | ଗତ ମାସରେ ବର୍ଷା ହେବା ଯୋଗୁ ପନିପରିବା ନଷ୍ଟ ହୋଇଯାଇଥିଲା | ଯାହା ଫଳରେ ବର୍ତ୍ତମାନକୁ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇସାରିଛି | ମାତ୍ର ଚାଷୀଙ୍କୁ ତାର ଅଧା ମୂଲ୍ୟ ମିଳୁଛି | ଚଳିତ ବର୍ଷ କୋରନା ପ୍ରଭାବ ଯୋଗୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡି ଚାଲିଛି | ୫୪ ହଜାର ଚାଷୀ ଟୋକେନ ଥାଇ ମଧ୍ୟ ଧାନ ବିକି ପାରିଲେ ନାହିଁ | କୋରନା କଟକଣା ହେବା ଯୋଗୁ ପରିବହନରେ ଅସୁବିଧା ହେବ ଫଳରେ ବାଇଗଣ, ଟମାଟ, ଭେଣ୍ଡି, ମରିଚ ୫ ଟଙ୍କାରେ କେଜିରେ ବିକିଲେ ବର୍ତ୍ତମାନକୁ ଅଧିକାଂଶ ବ୍ଲକରେ ଛୋଟ ଧାନ ପଚିଯିବାରୁ ଧାନ କଟା ଆରମ୍ଭ ହେଲାଣି,ଅଦିନୀଆ ବର୍ଷା ହେବାରୁ ଚାଷୀ ବ୍ୟତିବ୍ୟସ୍ତ ହୋଇ ରହିଛନ୍ତି | ବର୍ତ୍ତମାନକୁ ଛଟା ବିରି ଅଧିକାଂଶ ଧାନ ଜମିରେ ବୁଣାଯିବ | ତେଣୁ ଜମିରେ ପାଣି ଜମି ରହିଲେ ବିହନ ବିରି ନଷ୍ଟ ହୋଇଯିବ | ତେଣୁ ଚାଷୀମାନେ ଏପରି ସମୟରେ ଅଦିନିଆ ବର୍ଷା କୁ ଭୟଭୀତ ହେଉଛନ୍ତି | କିଛି ଜମିରେ ବର୍ଷା ଠିକ ସମୟରେ ନ ହେବାରୁ ରୁଆ ନ ହୋଇଥିଲେ ଏ ବର୍ଷ ଧାନ ଫସଲ ଭଲ ଆଦାୟ ହେବ ବୋଲି ଚାଷୀମାନେ ଆଶାବାଦୀ ଅଛନ୍ତି | ବର୍ତ୍ତମାନ ସମୟରେ ଚିନାବାଦାମ, କଞ୍ଚାଲଙ୍କା ବିହନ ଓ ମୁଗ ବିରି ବିହନ ଚାଷୀ ମାନଙ୍କୁ ରିହାତି ଦଳରେ ଦେବାପାଇଁ ଋଷିକୂଲ୍ୟା ରୟତ ମହାସଭା ତରଫରୁ ଦାବି କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ