ପ୍ରଶିକ୍ଷଣ ଶିବିର ପାଇଁ ହାଟଡିହି ମଣ୍ଡଳ ବିଜେପିର ପ୍ରସ୍ତୁତି ବୈଠକ

ହାଟଡିହି,(ବିକାଶ ବିଶ୍ୱାଳ) : ବିଜେପି ହାଟଡିହି ମଣ୍ଡଳର ପ୍ରଶିକ୍ଷଣ ଶିବିର ପାଇଁ ହାଟଡିହି ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦ଜଣ ବିଭିନ୍ନ ଦଳର ଛାମୁଆଁ କର୍ମକର୍ତ୍ତା ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱକୁ ଭରଷା କରି ସାମିଲ ହୋଇଛନ୍ତି । ବରିଷ୍ଠ ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ହାଟଡିହି ମଣ୍ଡର ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ବେହେରା, ତୃପ୍ତୀମୟୀ ଜେନା, ଫକିର ମୋହନ ବେହେରା, ଜଗା ଦେବତା, ଦୀନବନ୍ଧୁ ମହାନ୍ତି, ଚକ୍ରଧର ନାଇକ, ରାଜ କିଶୋର ଜେନା, ସୁଶାନ୍ତ ଜେନା, ପବିତ୍ର ମୋହନ ମଲ୍ଲିକ, ଦୀପକ ଜେନା, ମୋହନ ନାୟକ, ଚନ୍ଦନ ସାହୁ, ଲକ୍ଷ୍ମୀଧର ଜେନା, ରମାକାନ୍ତ ଶଙ୍ଖୁଆ, ଶୁକଦେବ ସେଠୀ ପ୍ରମୁଖ ଉପସ୍ଥିତ ରହି ଆଗାମି ପ୍ରଶିକ୍ଷଣ ଶିବିରର ସଫଳତା ପାଇଁ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ