ପୋଖରୀରେ ବିଷ ପ୍ରୟୋଗ ; ପାଣିରେ ଭାସିଲା ୨ ଟନ୍ ମଲା ମାଛ

ଦିଗପହଣ୍ଡି,(ୱାଇଏନ୍ଏସ୍): ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତ ଅଧୀନରେ ଥିବା ବିଶ୍ୱାସରାୟ ପୋଖରୀରେ କୌଣସି ଦୁର୍ବୃତ୍ତ ବିଷ ପକାଇ ଦେବାରୁ ପୋଖରୀରେ ଥିବା ପ୍ରାୟ ୨ ଟନ୍ ମାଛ ମରିଯାଇଥିବା ଜଣାପଡିଛି । ଶୁକ୍ରବାର ସକାଳ ଠାରୁ ପୋଖରୀରେ ବହୁସଂଖ୍ୟକ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଥିଲା । ଘଟଣାର ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପାଟପୁର ସରପଞ୍ଚ ଟି.ବାବୁ ସୁବୁଦ୍ଧି ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ସେ ସାନଖେମୁଣ୍ଡି ବିଡ଼ିଓ ଓ ପାଟପୁର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି । ସରପଞ୍ଚଙ୍କ କହିବା ପ୍ରକାରେ ଆଗାମୀ ବର୍ଷ ନିମନ୍ତେ ପୋଖରୀର ମରାମତି ଓ ପୁନରୁଦ୍ଧାର ଉଦ୍ଦେଶ୍ୟରେ ପୋଖରୀରେ ମାଛ ଚାଷ ପାଇଁ କାହାରିକୁ ଲିଜ ଦିଆଯାଇ ନାହିଁ । ପଞ୍ଚାୟତ ନିଜ ହେପଜାତରେ ପୋଖରୀକୁ ରଖି ମରାମତି ପାଇଁ ଯୋଜନା କରାଯାଇଥିବା ବେଳେ ରଖିଥିଲେ । କେହି ଦୁର୍ବୁତ୍ତ ଉଦ୍ଦେଶ୍ୟ ମୂଳକ ଭାବେ ଏବଂ ରାଜନୈତିକ ଆକ୍ରୋଶରୁ ତାଙ୍କୁ ସାଧାରଣରେ ବଦନାମ୍ କରିବା ପାଇଁ ଏଭଳି ହୀନ ପ୍ରୟାସ କରିଥିବା ସରପଞ୍ଚ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ