ସାଂଗଠନିକ ଚୟନ ପ୍ରକ୍ରିୟା ପାଇଁ ବୈଠକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ସାଂଗଠନିକ କମିଟି ଗଠନ ସଂକ୍ରାନ୍ତୀୟ ଏକ ଚୟନ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବପ୍ରଥମେ ନବନିଯୁକ୍ତ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କୁ କଂଗ୍ରେସ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ କମିଟି ଗଠନ ସଂକ୍ରାନ୍ତରେ ବିଭିନ୍ନ ଆଲୋଚନା ହୋଇଥିଲା । ଏଥିରେ ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ପିତାମ୍ବର ନାୟକ, ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ ସାହୁ, ରମେଶ ଭାରତୀ, ମନୋଜ ନାୟକ, ସୁବାଷ କାଣ୍ଡି, ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହା ଛଡା ବ୍ଲକ ଅଞ୍ଚଳର ବିଭିନ୍ନ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।


