ବୟୋଜ୍ୟେଷ୍ଠ ରାଜନେତା ଓ ସମାଜସେବୀଙ୍କୁ ରାଜ୍ୟପାଳଙ୍କ ସାକ୍ଷାତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) ପୂର୍ବତନ ମନ୍ତ୍ରୀ ତଥା ବୟୋଜ୍ୟେଷ୍ଠ ନେତା ସୁରେନ୍ଦ୍ର ନାୟକ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅଛନ୍ତି । ଏପାଖେ ବ୍ରହ୍ୱେଶ୍ୱର ପାଟଣାରେ ନିଜ ବାସଭବନରେ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅଛନ୍ତି ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା । ଜ୍ୱାଇଁ ମାନସ ଦାସ, ଝିଅ ମୌସୁମୀ ଦାସ, ନାତି ସୌମ୍ୟ ଓ ନାତୁଣୀ ମନୀଷା ପ୍ରମୁଖ ତାଙ୍କ ପାଖରେ ରହି ଶ୍ରୀ ବେହେରାଙ୍କର ସେବା ଶୁଶ୍ରୁଷା କରୁଛନ୍ତି । ଉଭୟ ଜନପ୍ରତିନିଧି ତଥା ବିରଷ୍ଠ ନାଗରିକଙ୍କ ଘରକୁ ଯାଇ ଆନ୍ଧ୍ରପ୍ରଦେଶର ମାନ୍ୟବର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସୌଜନ୍ୟମୂଳକ ଭାବେ ସାକ୍ଷାତ୍ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ।